ଓଲଟି ପଡିଲା ଟଙ୍କା ଭର୍ତ୍ତି CMS ଗାଡି, ATMରେ ଲୋଡ୍ ହୋଇଥାନ୍ତା କ୍ୟାସ୍ - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
🎬 Watch Now: Feature Video
ସୁବର୍ଣ୍ଣପୁର: ବଲାଙ୍ଗୀର-ସୁବର୍ଣ୍ଣପୁର 57 ନମ୍ବର ଜାତୀୟ ରାଜପଥର ଖମ୍ବେଶ୍ବରୀ ପାଲି ଛକ ନିକଟରେ ଏକ ସିଏମଏସ ଗାଡି ଦୁର୍ଘଟଣାଗ୍ରସ୍ତ ।ଏହି ଗାଡିଟିର ସୁରକ୍ଷା କର୍ମୀ ଗୁରୁତର ଆହତ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ବଲାଙ୍ଗୀର ପଟରୁ ଖମ୍ବେଶ୍ବରୀ ପାଲି ଛକ ନିକଟରେ ଥିବା ଏକ ଏଟିଏମ କାଉଣ୍ଟରରେ ଟଙ୍କା ଭର୍ତ୍ତି କରିବାକୁ ଟଙ୍କା ଭର୍ତ୍ତି ସିଏମଏସ ଗାଡିଟି ଆସୁଥିଲା । ହେଲେ ଡ୍ରାଇଭର ଭାରସାମ୍ୟ ରକ୍ଷା ନ କରି ପାରିବାରୁ ଗାଡିଟି ଖମ୍ବେଶ୍ବରୀପାଲି ଛକ ନିକଟରେ ଥିବା ଏକ ଖୁମ୍ବରେ ପିଟି ହୋଇଥିଲା ।ଫଳରେ ଗାଡିଟି ରାସ୍ତା ପାର୍ଶ୍ବରେ ପ୍ରାୟ 10 ଫୁଟରୁ ଅଧିକ ଖାଲଥିବା ଚାଷ ଜମିରେ ଓଲଟି ପଡିଥିଲା । ଏନେଇ ସ୍ଥାନୀୟ ପୋଲିସକୁ ସିଏମଏସ ଗାଡି ଡ୍ରାଇଭର ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ସୁରକ୍ଷାକର୍ମୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ ।ଏନେଇ ସିଏମଏସ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଗାଡିରେ ଥିବା ଟଙ୍କା ଅନ୍ୟ ଏକ ଗାଡିରେ ନେଇ ଯାଇଥିବା ଜଣାପଡିଛି । ଇଟିଭି ଭାରତ, ସୁବର୍ଣ୍ଣପୁର