thumbnail

ଡିଭାଇଡରରେ ପିଟି ହୋଇ ଜଳିଗଲା କାର୍, ଜଣେ ଜୀବନ୍ତ ଦଗ୍ଧ

By ETV Bharat Odisha Team

Published : Dec 22, 2023, 5:51 PM IST

Car catches fire: ମୁଣ୍ଡଲାପାଦୁ (ତେଲେଙ୍ଗାନା): ରାଜପଥ ଉପରେ ଲାଗିଗଲା ନିଆଁ । ହୁତୁ ହୁତୁ ହୋଇ ଜଳିଲା କାର୍ । ଜଣେ ମୃତ, ଅନ୍ୟ ଦୁଇ ଜଣ ଗୁରୁତର ଆହତ । ତେଲେଙ୍ଗାନା ପେନୁଗାଞ୍ଚିପ୍ରୋଲୁ ମଣ୍ଡଳ ମୁଣ୍ଡଲାପାଦୁ ନିକଟରେ ରାଜପଥରେ ଭୟଙ୍କର ଦୁର୍ଘଟଣା । ରାସ୍ତାର ଡିଭାଇଡରରେ ବାଡ଼େଇ ହେଲା କାର୍ । ବାଡ଼େଇ ହେବା ପରେ ଚଳନ୍ତା କାରରେ ଲାଗିଗଲା ନିଆଁ । ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ, କାର୍ ଭିତରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଥିଲା । କାର ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି । କାରରେ ବସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, 2 ଜଣ ଗୁରୁତର ଆହତ ହୋଇଛନ୍ତି । ନନ୍ଦିଗମା ଡିଏସପି ଜନାର୍ଦ୍ଦନ ନାଇଡୁଙ୍କ ସୂଚନା ଅନୁସାରେ, ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛିି । ଦୁର୍ଘଟଣାଗ୍ରସ୍ତ କାର୍ ଦ୍ରୁତଗତିରେ ଯାତ୍ରା କରୁଥିବା ବେଳେ, ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯିବା ପରେ ଏଥିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବା ପରେ କିଛି ସମୟ ପାଇଁ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ନିଆଁ ଲିଭାଯିବା ପରେ ଯାତାୟତ ସ୍ବାଭାବିକ ହୋଇଛି। 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.