କଳିଙ୍ଗନଗର ଗୁଳିକାଣ୍ଡ; ନବରଙ୍ଗପୁର ଜିଲ୍ଲା କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା - କଳିଙ୍ଗନଗର ଗୁଳିକାଣ୍ଡ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 3, 2024, 9:20 AM IST

Candle Rally: ନବରଙ୍ଗପୁର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଛି 18 ବର୍ଷ  । ସେଦିନର ସେହି ଲୋମଟାଙ୍କୁରା ଘଟଣାକୁ ମନେ ପକାଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଗତ 2006 ଜାନୁଆରୀ 2 ତାରିଖରେ କଳିଙ୍ଗନଗରରେ 13 ଜଣ ଆଦିବାସୀଙ୍କ ଗଣହତ୍ୟା ହୋଇଥିଲା । ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରି ସ୍ଥାନୀୟ ଆଦିବାସୀ ଓ ପୋଲିସଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଗୁଳିରେ 13 ଆଦିବାସୀ ପ୍ରାଣ ହରାଇଥିଲେ । ତେବେ ଆଦିବାସୀ ସମ୍ପ୍ରଦାୟ ଉପରେ ହୋଇଥିବା ଏହି ନିର୍ମମ ହତ୍ୟାକାଣ୍ତର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନେଇ କଂଗ୍ରେସ କର୍ମୀମାନେ ସ୍ଥାନୀୟ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟରୁ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି କ୍ୟାଣ୍ଡେଲ ସ୍ଥାପନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- କଳିଙ୍ଗ ନଗର ଗୁଳିକାଣ୍ଡ, ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.