thumbnail

By

Published : Feb 2, 2023, 9:22 PM IST

Updated : Feb 3, 2023, 8:40 PM IST

ETV Bharat / Videos

Handpump Fire: ବୋରୱେଲ୍‌ରୁ ପାଣି ବଦଳରେ ବାହାରୁଛି ନିଆଁ, ଭୟଭୀତ ଲୋକେ

ଭୋପାଳ: ମଧ୍ୟପ୍ରଦେଶ ସାଗର ଜିଲ୍ଲାର ମୁଡିୟା ଗାଁରେ ଜଳ ସଙ୍କଟ ଜାରି ରହିଥିବା ବେଳେ ହ୍ୟାଣ୍ଡପମ୍ପ ଲାଗି ବୋର୍‌ ଖୋଳାଯାଉଛି । ଯେତେବେଳେ ବହୁ ଗଭୀର ପର୍ଯ୍ୟନ୍ତ ଖୋଳିବା ପରେ ମଧ୍ୟ ପାଣି ବାହାରିନଥିଲା ଏହାପରେ ଏହି କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଏହାରି ଭିତରେ ଏକ ହ୍ୟାଣ୍ଡପମ୍ପ ଭିତରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ଲୋକମାନେ ମଧ୍ୟ ଏହା ପାଖରେ ଠିଆ ହୋଇ ମଜା ନେଉଥିବା ବେଳେ କିଛି ଭୟଭୀତ ଅବସ୍ଥାରେ ମଧ୍ୟ ରହିଛନ୍ତି । ହ୍ୟାଣ୍ଡପମ୍ପ ନିକଟରେ ନିଆଁ ଲଗାଇବା ପରେ ଏହା ଭିତରୁ ନିଆଁ ବାହାରିଥିବା ଜଣାପଡ଼ିଛି ।  

ପାଣି ଲାଗି ପ୍ରାୟ ୪୫୦ ଫୁଟ ପର୍ଯ୍ୟନ୍ତ ଖୋଳାଯାଇଛି । ହେଲେ ପାଣି ନବାହାରିବା ପରେ ଏହି କାର୍ଯ୍ୟ ରୋକାଯାଇଥିଲା । ମାତ୍ର ଏହା ଭିତରୁ ଏକଦା ଜୋରରେ ଶବ୍ଦ ବାହାରିଥିଲା । ଏହାପରେ ଯେତେବେଳେ ଗ୍ରାମବାସୀ ବୋର୍‌ ନିକଟରେ ନିଆଁ ଜଳାଇଥିଲେ, ବୋର୍‌ ଭିତରୁ ନିଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଛି । ପୋଲିସ ଟିମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏହା ନିକଟକୁ ଯିବା ଲାଗି ଲୋକଙ୍କୁ ପ୍ରଥମେ ବାରଣ କରିଛନ୍ତି । ଏଯାବତ ବୋର୍‌ ଭିତରୁ ନିଆଁ ବାହାରିବା ଜାରି ରହିଛି ।  

ଏହା ବି ପଢନ୍ତୁ- ଗର୍ଭବତୀ ପତ୍ନୀକୁ ମେଡିକାଲ ନେଉଥିଲେ ସ୍ୱାମୀ, ରାସ୍ତାରେ ଜଳିଗଲା କାର

ମାଟି ତଳେ ମିଥେନ ଗ୍ୟାସ ଲାଗି ଏପରି ହୋଇଥିବା ଭୂବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି । ସାଗର ବିଶ୍ବବିଦ୍ୟାଳୟର ପ୍ରଫେସର ଆର.କେ ତ୍ରିବେଦୀଙ୍କ କହିବାନୁସାରେ ମାଟି ତଳେ କିଛି ଦୁର୍ଲଭ ଚଟାଣ ରହିଛି । ବୋରିଂ ଲାଗି ଖୋଳିବା ପରେ ଏହି ଚଟାଣରୁ କିଛି ଗ୍ୟାସ ନିର୍ଗତ ହୋଇଛି । ଯାହାଦ୍ବାରା ନିଆଁ ଲାଗିଥାଇପାରେ । କିଛି ଦିନ ପରେ ଏଥିରୁ ନିଆଁ ବାହାରିବା ଆପେ ଆପେ ବନ୍ଦ ହୋଇଯିବ । ହେଲେ ଲୋକମାନେ ଏହା ନିକଟକୁ ଯିବା ଉଚିତ ନୁହେଁ । 

Last Updated : Feb 3, 2023, 8:40 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.