ପାରମ୍ପାରିକ ରୀତିନୀତିରେ ଉଦଯାପିତ ହେଲା ଦଣ୍ଡଯାତ୍ରା - ଉଦଯାପିତ ହେଲା ଦଣ୍ଡଯାତ୍ରା

🎬 Watch Now: Feature Video

thumbnail

By

Published : Apr 14, 2023, 10:49 PM IST

ବ୍ରହ୍ମପୁର: ପାରମ୍ପାରିକ ରୀତିନୀତି ବ୍ରହ୍ମପୁରରେ ଉଦଯାପିତ ହେଲା ଦଣ୍ଡଯାତ୍ରା । ଗତ ୨୧ ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଆସୁଥିବା ଦଣ୍ଡନୃତ୍ୟ ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । ଗତ କିଛି ଦିନ ଧରି ମାନସିକଧାରୀ ଦଣ୍ଡୁଆମାନେ ନିଜର ମନୋକାମନା ପୂର୍ଣ୍ଣ କରିବା ପାଇଁ ଧୂଳିଦଣ୍ଡ , ପାଣିଦଣ୍ଡ , ଅଗ୍ନିଦଣ୍ଡ ଭଳି ବିଭିନ୍ନ ଦଣ୍ଡ ଭୋଗୀ ଥାନ୍ତି ।  ଯାତ୍ରାରେ ମାନସିକଧାରି ଦଣ୍ଡୁଆଙ୍କ ବ୍ରତ ସହ ଭୋଗୁଥିବା ଦଣ୍ଡର ମେରୁପର୍ବରେ ଉଦଯାପିତ ହୋଇଥାଏ । ମୁଖ୍ୟତଃ ଚୈତ୍ର ମାସରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ମାନସିକଧାରି ଦାଣ୍ଡୁଆଙ୍କ ନୃତ୍ୟରେ ଉତ୍ସବ ମୁଖର ହୋଇପଡିଥିବା । କାହି କେଉଁ କାଳରୁ ଆୟୋଜିତ ହୋଇ ଆସୁଥିବା ଗଞ୍ଜାମର ଦଣ୍ଡନୃତ୍ୟର ପରମ୍ପରା ରହିଆସିଛି।  ମେରୁ ସଂକ୍ରାନ୍ତି ଅବସରରେ ସମସ୍ତ ମାନସିକଧାରୀମାନେ ସଂପୂର୍ଣ୍ଣ ଉପବାସ ରହିବା ପରେ ଦଣ୍ଡନୃତ୍ୟ କରିଥାନ୍ତି।  ମାଁଙ୍କ ମନ୍ଦିର ପରିସରରେ ରହି ବ୍ରତ ପାଳନ କରୁଥିବା ଗୁହାରିଆଙ୍କୁ ଏହି ଅବସରରେ ମେରୁ ପର୍ବରେ ଓଲଟା ବନ୍ଧାଯିବା ସହ ତିନି ଥର ଝୁଲା ଯିବା ପରେ ଏହି ଦଣ୍ଡନୃତ୍ୟ ଉଦଯାପିତ ହୋଇଥାଏ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.