Watch: ପାଣି ବଦଳରେ ବୋରୱେଲରୁ ବାହାରିଲା ନିଆଁ - ବୋରୱେଲରୁ ବାହାରିଲା ନିଆଁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/16-07-2023/640-480-19010801-thumbnail-16x9-andh.jpg)
ଅମରାବତୀ: ଅଦ୍ଭୁତ...ଆଶ୍ଚର୍ଯ୍ୟ ! ମାଟି ତଳୁ ବାହାରିଲା ନିଆଁ । ବୋରୱେଲ ଚଲାଉଥିବା ବେଳେ ପାଣି ବଦଳରେ ମାଟି ତଳୁ ଉଠିଲା ନିଆଁ ହୁଳା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ କୋନସୀମା ଜିଲ୍ଲାରେ । ଶିବାକୋଡୁ ଗାଁର ଏକ ମାଛ ପୋଖରୀ କୂଳରେ ଥିବା ବୋରୱେଲ ଭିତରୁ ଏପରି ଭାବେ ନିଆଁ ବାହାରୁ ଥିବାର ଦେଖାଯାଇଛି । ପୋଲିସ ସୂଚନା ମୁତାବକ, ଉକ୍ତ ବୋରୱେଲଟି ବହୁ ପୁରୁଣା ଥିଲା । ଯେତେବେଳେ ଚାଷୀ ବୋରୱେଲ ଚଲାଇବାକୁ ଚେଷ୍ଟା କଲେ, ପ୍ରଥମେ ପାଣି ବାହାରିଥିଲା ହେଲେ କିଛି ସମୟ ପରେ ନିଆଁ ସହିତ ଗ୍ୟାସ୍ ଉପରକୁ ଉଠିବାକୁ ଲାଗିଥିଲା । ଦୀର୍ଘ ସମୟ ଧରି ଏମିତି ବୋରୱେଲ ଜଳିବା ପରେ ପାଣି ଓ ମାଟି ସାହାଯ୍ୟରେ ୬ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଏହାପରେ ୩୫୦ ଫୁଟ ଗଭୀରର ଏହି ବୋରୱେଲକୁ ସିମେଣ୍ଟ ଦ୍ବାରା ସିଲ୍ କରାଯାଇଛି । ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ତେବେ ବୋରୱେଲରୁ ନିଆଁ ଓ ଗ୍ୟାସ୍ ବାହାରିବାର କାରଣ ଏ ଯାଏଁ ଜଣାପଡିନି । ଟେକ୍ନିକାଲ ଟିମ୍ ଓ ONGCର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହାର ଯାଞ୍ଚ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ