ବ୍ରହ୍ମପୁରରେ ପହଞ୍ଚିଲା ସୂର୍ଯ୍ୟ ପାତ୍ରଙ୍କ ମର ଶରୀର, ଶେଷ ଦର୍ଶନ କଲେ ଅଞ୍ଚଳବାସୀ
🎬 Watch Now: Feature Video
ବ୍ରହ୍ମପୁର: ଶଙ୍ଖ ଭବନରେ ଦିବଙ୍ଗତ ରାଜନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଲା ପାର୍ଥିବ ଶରୀର । ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବ୍ରହ୍ମପୁରରେ ପହଞ୍ଚିବା ପରେ 'ସୂର୍ଯ୍ୟ ନାରାୟଣ ଅମର ରହେ' ନାରାରେ ଅଞ୍ଚଳ କମ୍ପି ଉଠିଥିଲା । ଅଞ୍ଚଳବାସୀ ଦିବଙ୍ଗତ ନେତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିବା ବେଳେ ଗତକାଲି(ଶନିବାର) ସନ୍ଧ୍ୟା ସମୟରେ ତାଙ୍କର ପରଲୋକ ଘଟିଛି । ଏହାପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ରାଜନେତା ଶୋକବ୍ୟକ୍ତ କରିଥିଲେ । ଆଜି ସକାଳୁ ଶଙ୍ଖ ଭବନରେ ଅନେକ ରାଜନେତା ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କ ମର ଶରୀରକୁ ଗଞ୍ଜାମକୁ ଅଣାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର
TAGGED:
Surya Narayan Patro Death