thumbnail

ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, କେନ୍ଦ୍ରାପଡା ରକ୍ତଭଣ୍ଡାରରେ ରକ୍ତଦାତାଙ୍କ ଭିଡ

By

Published : Jun 3, 2023, 3:37 PM IST

କେନ୍ଦ୍ରାପଡା: ମରିନି ମାନବିକତା । ଅସମୟରେ ସାହାଯ୍ୟର ହାତ ବଢଉଛନ୍ତି ରାଜ୍ୟବାସୀ । ରେଳ ଦୁର୍ଘଟଣାରେ ଆହତ ଓ ଗୁରୁତରଙ୍କ ପାଇଁ ଗତକାଲି(ଶୁକ୍ରବାର) ରାତି ତମାମ ବାଲେଶ୍ଵରବାସୀ ରକ୍ତଦାନ କରି ସେମାନଙ୍କ ମହାନତା ଦେଖାଇଥିଲେ।  ଆଜି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ, ସାମାଜିକ କର୍ମୀ ଓ ସାମ୍ବାଦିକ ପୁରୁଣା ମେଡ଼ିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତଦାନ କରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ସହ ଯେପରି ରକ୍ତର ଅଭାବ ନରହିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ରାପଡାବାସୀ। ଜିଲ୍ଲାର ଉତ୍କଳ ସାମ୍ବାଦିକ ସଂଘ, ଭୀମ ଆର୍ମି, ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ। ଯୁବ ସାମ୍ବାଦିକ ସୁଶାନ୍ତ ନାୟକଙ୍କ ଆହ୍ବାନରେ ଏହି ସାମାଜିକ ସଙ୍ଗଠନ ଗୁଡିକ ଜିଲ୍ଲା ପୁରୁଣା ମେଡ଼ିକାଲ କ୍ୟାମ୍ପସରେ ଥିବା ରକ୍ତଭଣ୍ଡାରରେ ମଧ୍ୟାହ୍ନରେ ପହଞ୍ଚି ରକ୍ତଦାନ କରିଥିଲେ। ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ୧୦୦ ୟୁନିଟରେ ପହଞ୍ଚି ଯାଇପାରେ ବୋଲି ଆଶା କରାଯାଉଛି। 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.