ଢେଙ୍କାନାଳରେ ବ୍ଲକସ୍ଥରୀୟ ବିଜ୍ଞାନ ମେଳା, ଭାଗ ନେଲେ ୧୧୦ ଛାତ୍ରଛାତ୍ରୀ

By ETV Bharat Odisha Team

Published : Nov 21, 2023, 8:55 PM IST

thumbnail

ଢେଙ୍କାନାଳ: ପଳାଶପିଠିଆ ପଞ୍ଚାୟତୀରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ଥରୀୟ ବିଜ୍ଞାନ ମେଳା ଅନୁଷ୍ଠିତ । ବିଭିର୍ଣ୍ଣ ବର୍ଗର  ୧୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନେ ଅନେକ ନୂତନ ଜ୍ଞାନ କୌଶଳ ସହିତ ଶିକ୍ଷଣୀୟ ବସ୍ତୁର ପ୍ରଦର୍ଶନ କରିଥିଲେ ।

ଭୁବନ ବ୍ଲକ ପଳାଶପିଠିଆ ପଞ୍ଚାୟତୀରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ଥରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଭୁବନ ବ୍ଲକର ଅଧିନରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟରୁ ସମୁଦାୟ ୧୧୦ ଜଣ ଛାତ୍ରଛାତ୍ରୀ ଏହି ମେଳାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ତା ପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗର ସଂଗୀତ ପରିବେଷଣ ହୋଇଥିଲା  l ପରେ ନିରୀକ୍ଷକ  ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ....ଫେବୁଆରୀରେ ଯୁକ୍ତ ଦୁଇ ପରୀକ୍ଷା, ଆଜିଠୁ ଫର୍ମ ପୂରଣ ଆରମ୍ଭ

ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପାଞ୍ଚ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାସ୍ଥରୀୟ ଓ ପରେ ରାଜ୍ୟ ସ୍ତରୀୟ ବିଜ୍ଞାନମେଳାକୁ ପଠାଯିବ ବୋଲି କହିଛନ୍ତି ଭୁବନ ବ୍ଲକ ଶିକ୍ଷାଧିକାରୀ ଅଦ୍ବେତ କୁମାର ସାମଲ । ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଶିକ୍ଷୟତ୍ରୀ ଯୋଗଦେଇଥିଲେ । ଏବିଇଓ ସୁମତୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନେ ଆଣିଥିବା ନିଜ ନିଜର ପ୍ରୋଜେକ୍ଟକୁ ସୁନ୍ଦର ଭାବେ ପରିବେଷଣ କରିଥିଲେ l

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.