'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ବିରୋଧ - ama odisha naveen odisha

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 19, 2023, 11:06 PM IST

ନିଆଳି: 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ କଣ୍ଟାପଡ଼ା ବ୍ଲକ ଜନ ପ୍ରତିନିଧିଙ୍କ ବିରୋଧ । ରାଜ୍ୟରେ ବିଭିନ୍ନ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକରୁ ୨ କିଲୋମିଟର ଦୂର ବରାହିପୁର ଖେଳ ପଡିଆରେ ଅନୁଷ୍ଠିତ ହେଉଛି ଏହି କାର୍ଯ୍ୟକ୍ରମ । "ଏହି କାର୍ଯ୍ୟକ୍ରମ ଜନ ସାଧାରଣଙ୍କ ହିତରେ ନୁହେଁ ବରଂ ବିଜୁ ଜନତା ଦଳର ପ୍ରଚାର ପାଇଁ ଉଦ୍ଦିଷ୍ଟ" ବୋଲି ଅଭିଯୋଗ କରିଛନ୍ତି କଣ୍ଟାପଡ଼ା ବ୍ଲକର ଜନ ପ୍ରତିନିଧି । କଣ୍ଟାପଡ଼ା ବ୍ଲକ ଗାନ୍ଧିମୂର୍ତ୍ତି ନିକଟରେ ବ୍ଲକ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ପୂର୍ବତନ ଲୋକ ପ୍ରତିନିଧିମାନେ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । 

ଏହା ବି ପଢନ୍ତୁ...ଆମ ଓଡିଶା ନବୀନ ଓଡିଶା ଚତୁର୍ଥ ଦିନ: କଟକ ଓ କେନ୍ଦ୍ରାପଡା ପାଇଁ ୩୧୧ କୋଟି ଘୋଷଣା

ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାସହ "ସରକାରଙ୍କ ନିୟମ ଅନୁସାରେ ପଲ୍ଲୀସଭା କରାନଯାଇ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତକୁ ପ୍ରଦାନ କରାଯାଉଛି । ଯେଉଁଥିରେ ସରକାରୀ ଗାଇଡ ଲାଇନର ଉଲ୍ଲଘଂନ କରାଯାଇ ପଞ୍ଚାୟତର ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛି" ବୋଲି ଅଭିଯୋଗ ଆଣିଛନ୍ତି ବ୍ଲକର ଜନ ପ୍ରତିନିଧି। ସେମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
 

ଇଟିଭି ଭାରତ, ନିଆଳି
 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.