ଆଦିବାସୀ ଲୋକ ନୃତ୍ୟରେ ଦୁଲୁକିଲା କାର୍ଜି ମାଝୀ ମଞ୍ଚ

By

Published : Jan 11, 2023, 4:32 PM IST

Updated : Feb 3, 2023, 8:38 PM IST

thumbnail
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଆରମ୍ଭ ହେଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ । ସ୍ଥାନୀୟ ବିଶ୍ଵନାଥପୁର ହାଇସ୍କୁଲ ପଡିଆରେ ଏହା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଶ୍ଵନାଥପୁରର ଇଷ୍ଟଦେବ ଭୈରବ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବାପରେ ହାଇସ୍କୁଲ ପଡିଆଠାରେ ପହଞ୍ଚିଥିଲା । ମଞ୍ଚ ପୂଜା ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାଏକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକ ଗୀତ ଲୋକ ନୃତ୍ୟରେ ଦୁଲୁକି ଉଠିଥିଲା କାର୍ଜି ମାଝୀ ମଞ୍ଚ । ସେପଟେ ସମ୍ବଲପୁରୀ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀଙ୍କ ଗୀତରେ ନାଚଗୀତରେ ମସଗୁଲ ହୋଇଥିଲେ ଉପସ୍ଥିତ ଅତିଥି ଓ ଦର୍ଶକ । ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.