thumbnail

By

Published : Oct 25, 2022, 7:28 AM IST

Updated : Feb 3, 2023, 8:30 PM IST

ETV Bharat / Videos

ଦୀପାବଳି ପାଳିଲେ ଦୃଷ୍ଟିହୀନ ବିଦ୍ୟାର୍ଥୀ

ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ଏଭଳି ସମୟରେ ରେଶମ ସହର ବ୍ରହ୍ମପୁରରେ ରହିଥିବା ଓଡିଶା ସର୍ଭିସ ଫୋର ବ୍ଳାଇଣ୍ଡ ଶିକ୍ଷାନୁଷ୍ଠାନ ପରିସରରେ ଧୁମଧାମ ସହକାରେ ପାଳନ ହୋଇଯାଇଛି ଦୀପାବଳି । ଜନ୍ମରୁ ଆଲୋକ କଣ ଏବଂ ଦୀପ କେମିତି ଜାଣି ନ ଥିବା ଏହି ବିଦ୍ୟାର୍ଥୀମାନେ ଶିକ୍ଷାନୁଷ୍ଠାନ ପରିସରରେ ଦୀପାବଳି ପାଳନ କରିବା ସହ ବାଣ ଫୁଟାଇ ଏହାର ମଜ୍ଜା ନେଇଥିଲେ । ଏପରିକି ଦୃଷ୍ଟିହୀନ ବିଦ୍ୟାର୍ଥୀ ମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରାୟାଶ କରି ସହରର ବିଭିନ୍ନ ଅନୁଷ୍ଠାନ ଏବଂ ବହୁ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ବିଦ୍ୟାର୍ଥୀଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଦ୍ୟାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.