ରାଜ୍ୟର ଆଇନ ପରିସ୍ଥିତି ଭୁଶୁଡି ଯାଇଛି: ବିଜେପି

By ETV Bharat Odisha Team

Published : Nov 8, 2023, 10:55 PM IST

thumbnail

ଝାରସୁଗୁଡ଼ା: ଓଡ଼ିଶାର ଶାସନ ବ୍ୟବସ୍ଥାକୁ ବିଜେପିର ବିରୋଧ । ରାଜ୍ୟରେ ଶାସନ ବ୍ୟବସ୍ଥାର ଖୁଲମଖୁଲା ଉଲ୍ଲଘଂନ କରୁଛି ଶାସକ ଦଳ ବୋଲି ଅଭିଯୋଗ ଆଣିଛି ବିଜେପି । ଶାସକ ଦଳର ନେତାମାନେ ମନମୁଖି ଭାବେ ଆଇନର ଅପବ୍ୟବହାର କରୁଥିବା ଅଭିଯୋଗ କରିଛି ଦଳ । ରାଜ୍ୟର ଆଇନ ପରିସ୍ଥିତିକୁ ନେଇ ଝାରସୁଗୁଡ଼ା ଜିଲ୍ଲା ବିଜେପି ତରଫରୁ ସହରାଞ୍ଚଳର ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 

ଓଡ଼ିଶା ରାଜ୍ୟରେ ଆଇନ ପରିସ୍ଥିତି ଭୁଶୁଡି ଯାଇଛି ଯାହାର ନଗ୍ନ ନମୁନା ହେଉଛି, କିଛିଦିନ ତଳେ ରେଞ୍ଜ ରୋଭର ଗାଡ଼ିରେ ଜଣେ ମହିଳାଙ୍କ ଜୀବନ ହାରିଲେ ହେଲେ ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଯାହା ଦୁର୍ଭାଗ୍ୟ ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପକ୍ଷରେ ଭଟଲି ବିଧାୟକ ଥାନା ଭିତରେ ପଶି ତାଙ୍କ ଗୁଣ୍ଡାଗିରି ଦେଖାଇ ଥାନାରେ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା । ହେଲେ ସମ୍ପୃକ୍ତ ବିଧାୟକଙ୍କ ନାଁରେ କୌଣସି ମାମଲା ରୁଜୁ ହେଲାନାହିଁ । ଏହାକୁ ନେଇ ଆଜି ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଝାରସୁଗୁଡା ଜିଲ୍ଲା ବିଜେପି । ଯଦି ରାଜ୍ୟ ସରକାର ବିଧାୟକ ଓ ରେଞ୍ଜ ରୋଭରରେ ଘଟାଇଥିବା ଦୁର୍ଘଟଣା ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.