କଟନି ଛଟନିକୁ ବିରୋଧ, ଧାନ କିଣାରେ ସ୍ୱଚ୍ଛତା ପାଇଁ ବିଜେପିର ପ୍ରତିବାଦ - ଧାନ କିଣାରେ ସ୍ୱଚ୍ଛତା ପାଇଁ ବିଜେପିର ପ୍ରତିବାଦ
🎬 Watch Now: Feature Video
Published : Nov 29, 2023, 8:15 PM IST
ବଲାଙ୍ଗୀର: ଜିଲ୍ଲାରେ ଧାନ କିଣାରେ ସ୍ୱଚ୍ଛତା ଆଣିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି । ଧାନ କିଣାରେ କଟନି ଛଟନି ହେଲେ ତୀବ୍ର ଆନ୍ଦୋଳନର ଚେତାବନୀ ଦେଲା ଦଳ । ଆଜି ବିଜେପି ପକ୍ଷରୁ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆ ଯାଇଛି । ବଲାଙ୍ଗୀର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିଲେ । ତେବେ ଜିଲ୍ଲାରେ ଏଯାଏଁ ଧାନ ମଣ୍ଡି ଖୋଲି ନାହିଁ । ଫଳରେ ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଥିବାର ଅଭିଯୋଗ କରିଛି ଦଳ । ଏହାସହ ଜିଲ୍ଲାରେ ଜଳସେଚନ ୩ ପ୍ରତିଶତ ଥିବାବେଳେ ଚାଷୀ ବହୁ କଷ୍ଟରେ ଧାନ ଚାଷ କରୁଛନ୍ତି । ଏବେ ନଭେମ୍ବର ମାସ ସରିବାକୁ ଥିବାବେଳେ ଜିଲ୍ଲାରେ ଧାନ ମଣ୍ଡି ଏଯାଏଁ ଖୋଲି ନାହିଁ । ସେହିପରି ବର୍ଷା ସମ୍ଭାବନା ଥିବାବେଳ ଚାଷୀ ଆଗକୁ କ୍ଷତି ସହିବେ ବୋଲି ଅଭିଯୋଗ କରିଛି ବିଜେପି ।
ଏଭଳି ସ୍ଥିତିରେ ପୁଣି କଟନୀ ଛଟନୀ ହେବା ସିଧାସଳଖ କୃଷକଙ୍କ ଉପରେ ମାରଣ ନୀତି ବୋଲି ବିଜେପି ନେତା ଗୋପାଲଜି ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି । ଯଦି ଧାନ କିଣାରେ କଟନି ଛଟନି ହୁଏ ତେବେ ବିଜେପି ତୀବ୍ର ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି । ଏହି ପ୍ରତିବାଦରେ ଜିଲ୍ଲା ବିଜେପି ଓ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ....ଧାନମଣ୍ଡି ଅବ୍ୟବସ୍ଥା: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି