ପଶ୍ଚିମ ଓଡ଼ିଶାରେ ଫିଲ୍ମ ଷ୍ଟୁଡିଓ ଦାବି କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା - କଳାହାଣ୍ଡି
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 4, 2023, 6:45 PM IST
ଲୋକସଭା(ନୂଆଦିଲ୍ଲୀ): ଲୋକସଭାରେ ପୁଣି ଉଠିଲା ପଶ୍ଚିମ ଓଡ଼ିଶା ପ୍ରସଙ୍ଗ । ଆଜି (ସୋମବାର) ଲୋକସଭାରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଏବଂ କଳାକାରଙ୍କ କଥା ଉଠାଇଛନ୍ତି କଳାହାଣ୍ଡିର ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା। ଭବାନୀପାଟଣାରେ ଫିଲ୍ମ ପ୍ରଶିକ୍ଷଣ ସ୍କୁଲ ଏବଂ ରାଷ୍ଟ୍ରୀୟ ଫିଲ୍ମ ଷ୍ଟୁଡିଓ ପ୍ରତିଷ୍ଠା କରାଯାଉ ବୋଲି ଦାବି କରିଛନ୍ତି ବସନ୍ତ । ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଉପେକ୍ଷା ଏବଂ ବୈମାତୃକ ମନୋଭାବ ଯୋଗୁଁ, ପଶ୍ଚିମ ଓଡ଼ିଶାରେ ଫିଲ୍ମ ଷ୍ଟୁଡିଓ ପ୍ରତିଷ୍ଠା ହୋଇ ପାରୁନାହିଁ । ଫିଲ୍ମ ଷ୍ଟୁଡିଓ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ଆବଶ୍ୟକ ବୋଲି ଲୋକସଭାରେ ଦାବି କରିଛନ୍ତି ବସନ୍ତ ପଣ୍ଡା। ଓଡ଼ିଆ ଫିଲ୍ମ ରିଲିଜକୁ ନେଇ ପଶ୍ଚିମ ଓଡ଼ିଶାର କିଛି କଳାକାର ଆପତ୍ତି ଉଠାଇବା ଏବଂ ଏହି ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶାର କିଛି ରାଜନେତା ପ୍ରତିକ୍ରିୟା ରଖିବା ପରେ, ଏବେ ପୁଣି ଥରେ ପଶ୍ଚିମ ଓଡ଼ିଶା ପ୍ରସଙ୍ଗକୁ ସରଗରମ କରିଛି ସାଂସଦ ବସନ୍ତ ପଣ୍ଡାଙ୍କ ଫିଲ୍ମ ଷ୍ଟୁଡିଓ ନିର୍ମାଣ ଦାବି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ