ପାର୍ଲାମେଣ୍ଟରେ ବିଜେଡି ସାଂସଦ ଚନ୍ଦ୍ର ଶେଖରଙ୍କ ପ୍ରଶ୍ନ: କେବେ ସରିବ ବ୍ରହ୍ମପୁରରେ ଫ୍ଲାଏ ଓଭର ଏବଂ ବ୍ରିଜ୍ ନିର୍ମାଣ ? - ବ୍ରିଜ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/06-12-2023/640-480-20200337-thumbnail-16x9-sahu.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 6, 2023, 5:56 PM IST
|Updated : Dec 6, 2023, 6:50 PM IST
ଲୋକସଭା (ନୂଆଦିଲ୍ଲୀ): ସଂସଦ ଶୀତ ଅଧିବେଶନର ଆଜି ତୃତୀୟ ଦିନରେ ଓଡ଼ିଶାର ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ମାଣଧୀନ ବ୍ରିଜ୍ ଏବଂ ଫ୍ଲାଏ ଓଭର କାର୍ଯ୍ୟ ଶେଷ କରିବାକୁ ଦାବି କରିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେନ୍ଦ୍ର ସରକାର, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (NHIA)ଙ୍କୁ ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ବାଚନମଣ୍ଡଳୀ ବ୍ରହ୍ମପୁରରେ 6ଟି ଫ୍ଲାଏ ଓଭର କାମ ଏଯାଏଁ ଶେଷ ହୋଇନାହିଁ। 2022ରୁ ଏହା Sanction ହୋଇଥିବା ବେଳେ, ଏଯାଏଁ କାମ ହୋଇନାହିଁ। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଚଳିତ ମାସ ଶେଷ ସୁଦ୍ଧା କାମ ଆରମ୍ଭ ନହେଲେ ଆନ୍ଦୋଳନ କରାଯିବ ବୋଲି ଲୋକସଭାରେ କହିଛନ୍ତି ବିଜେଡି ସାଂସଦ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ