thumbnail

By ETV Bharat Odisha Team

Published : Nov 7, 2023, 12:03 PM IST

ETV Bharat / Videos

ଶଙ୍ଖ ଭବନରେ ମହେଶ୍ବରଙ୍କ ପାର୍ଥିବ ଶରୀର; ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ନେତୃବୃନ୍ଦ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର ଶଙ୍ଖ ଭବନରେ ପହଞ୍ଚିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ନେତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ୩ ବିଧାୟକ, ଭୁବନେଶ୍ବର କାର୍ଯ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ପ୍ରମୁଖ ବିଜେଡିର ବହୁ ନେତାମନ୍ତ୍ରୀ ମଧ୍ୟ ଶଙ୍ଖ ଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି  । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ପାର୍ଥିବ ଶରୀର ବିଧାନସଭାକୁ ନିଆଯାଇଥିଲା । ସେଠାରେ ଗାର୍ଡ ଅଫ ଅନର ପ୍ରଦାନ ପରେ ଏବେ ପାର୍ଥିବ ଶରୀର ପୁରୀ ଅଭିମୁଖେ ନିଆଯାଇଛି । ସ୍ବର୍ଗଦ୍ବାରରେ ମହେଶ୍ବରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.