ବରଗଡ଼ରେ ଆରମ୍ଭ ହେଲା ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

By ETV Bharat Odisha Team

Published : Oct 2, 2023, 5:02 PM IST

thumbnail

ବରଗଡ଼: ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ । ପ୍ରତିବର୍ଷ ଅକ୍ଟୋବର 2 ତାରିଖ ଗାନ୍ଧିଜୀଙ୍କ ଜୟନ୍ତୀ ଦିନ ଠାରୁ ଶାସକ ଦଳ ଜିଡେଡ଼ି ଦ୍ବାରା ଏହି କାର୍ଯ୍ୟକ୍ରମ କରାଯାଇଥାଏ । ସେହି ପରିପ୍ରେକ୍ଷୀରେ ବରଗଡରେ ଏହି ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ବରଗଡ଼ର ସ୍ଥାନୀୟ ଗାନ୍ଧି ପାର୍କରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବରଗଡ଼ ଆଗ୍ରଗାମୀ ଯୁବକ ସଂଘ ସମ୍ମୁଖରେ ଥିବା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଏହି ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ସଭାପତି ପ୍ରଭାସ ସିଂ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ପ୍ରମୁଖ ବିଜେଡି ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ । 

ଏହା ମଧ୍ୟ ପଢ଼ନ୍ତୁ.. କାଲିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବ ଶଙ୍ଖ କ୍ୟାମ୍ପ

ତେବେ ଅକ୍ଟୋବର 2 ତାରିଖରୁ ମାସେ ବ୍ୟାପି ଏହି ଜନ ସମ୍ପର୍କ ପଦଯାତ୍ରା ଜାରି ରହିବ । ବିଜେଡ଼ି କର୍ମୀମାନେ ଗାଁ ଗାଁ କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କାମ କରିବେ । ତେବେ ଆଜି ବରଗଡ ବିଧାୟକଙ୍କ ନେତୃତ୍ବରେ ଏହି ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ମାସେ ତମାମ ଚାଲିବ ଏବଂ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରାଯିବ । ବିଜେଡି ଦଳର ଏହି କାର୍ଯ୍ୟକ୍ରମ ଦ୍ଵାରା ଦଳର ସଂଗଠନ ଅଧିକ ମଜବୁଦ ହେବା ସହ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଠିକ ଭାବରେ ଜନସାଧାରଣଙ୍କ ନିକଟକୁ ମଧ୍ୟ ପହଞ୍ଚାଯିବ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.