ରୁଚିକା ହତ୍ୟାକାରୀକୁ ଶୀଘ୍ର ଗିରଫ କର : AIDSO - ରାଜ୍ୟ ସ୍ତରୀୟ ପ୍ରତିବାଦ ଡାକରା ଦେଇଛି AIDSO
🎬 Watch Now: Feature Video
କଟକ: ବିଜେବି କଲେଜ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ତେଜୁଛି ବିବାଦ । ନ୍ୟାୟ ଦାବି ପାଇଁ ଆଜି ରାଜ୍ୟ ସ୍ତରୀୟ ପ୍ରତିବାଦ ଡାକରା ଦେଇଛି AIDSO । ତେବେ କ୍ରମରେ କଟକରେ ମଧ୍ୟ ଜୋରଦାର ଆନ୍ଦୋଳନ କରିଛି ଏହି ଛାତ୍ର ସଙ୍ଗଠନ । ରୁଚିକାଙ୍କ ମୃତ୍ୟୁ ପଛର ମୁଖ୍ୟ କିଏ । ତାକୁ ଶୀଘ୍ର ଖୋଜି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ରାଜ୍ୟ ସରକାର ନଜର ଦେବାକୁ ଆନ୍ଦୋଳନରତ ଛାତ୍ରଛାତ୍ରୀ ଦାବି କରିଛନ୍ତି । ତେବେ ରୁଚିକା ଭଳି ଆଉ କାହାର ପ୍ରାଣ ଯେପରି ନଯାଉ ସେହି ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସ୍ୱର ଉଠାଇଛନ୍ତି ସମସ୍ତେ ।
Last Updated : Feb 3, 2023, 8:24 PM IST