thumbnail

Eid Milad Un Nabi: ଢେଙ୍କାନାଳରେ ସୁନି ଜମାତର 'ଜୁଲୁସ ଶୋଭାଯାତ୍ରା'

By ETV Bharat Odisha Team

Published : Sep 28, 2023, 9:59 PM IST


ଢେଙ୍କାନାଳ: ଆଜି ମହାପୁରୁଷ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି l ମୁସଲିମ ସମ୍ପ୍ରଦାୟର ଲୋକ ମାନେ ବେଶ ଧୁମଧାମରେ ଏହାକୁ ପାଳନ କରିଛନ୍ତି । ଏହି ଅବସରରେ ସେମାନେ ନୂଆ ବସ୍ତ୍ର ଧାରଣ କରି ମୋତି ମସଜିଦ ଓ ଜାମା ମସଜିଦରେ ସମୂହ ନମାଜ ପାଠ କରିଥିଲେ । ସୁନି ଜମାତ ପକ୍ଷରୁ ଏକ ବିଶାଳ 'ଜୁଲୁସ ଶୋଭାଯାତ୍ରା' ମୋତି ମସଜିଦରୁ ବାହାରି ଢେଙ୍କାନାଳ ସହରର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ ।

ଏହା ବି ପଢନ୍ତୁ...Eid Milad Un Nabi: ମହମ୍ମଦ ଜୟନ୍ତୀରେ ବାହାରିଲା ବିଶାଳ ଶୋଭାଯାତ୍ରା

ଶହ ଶହ ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ଏଥିରେ ସାମିଲ ହୋଇ ସମାଜ ପାଇଁ ମହମ୍ମଦଙ୍କ ବାର୍ତ୍ତାକୁ ବାଣ୍ଟିଥିଲେ ।"ଧର୍ମଗୁରୁ ପ୍ରଫେଟ୍ ମହମ୍ମଦଙ୍କ 'ହମ ଏକ ହୈ' ବାର୍ତ୍ତା ଜଗତକୁ ଜଣାଇ ଆମେ ଖୁସି ଅନୁଭବ କରୁଛୁ" ବୋଲି କହିଛନ୍ତି ମୌଲବୀ । ଶ୍ରଦ୍ଧା ଓ ଭକ୍ତିର ସହ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ସେମାନେ ଏହି ବାର୍ତ୍ତାର ପ୍ରଚାର ପସାର କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.