ବର୍ଷକ ପରେ ଘରପୋଡି ସହାୟତା ପାଇଲେ ବରିଷ୍ଠ ନେତା ବିଜୟ ମହାପାତ୍ର, ରେଡକ୍ରସକୁ କଲେ ଦାନ - ଘର ପୋଡି଼ ସହାୟତକୁ ଦାନ କଲେ ବିଜୟ ମହାପାତ୍ର
🎬 Watch Now: Feature Video
Published : Dec 20, 2023, 10:31 PM IST
କେନ୍ଦ୍ରାପଡ଼ା: ବିଜେପି ନେତା ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀଙ୍କ ମଣିଷ ପଣିଆ । ସରକାରଙ୍କ ପକ୍ଷରୁ ମିଳିଥିବା ଘରପୋଡି ସହାୟତା ରାଶିକୁ ରେଡକ୍ରସ ପାଣ୍ଠିକୁ ଦାନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆଜି(ବୁଧବାର) ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟରେ ପହଞ୍ଚି ମହାପାତ୍ରଙ୍କ ଘରପୋଡି ଯିବା ପରେ ମିଳିଥିବା ସହାୟତା ରାଶି ବାବଦକୁ ୧ ଲକ୍ଷ ୨୫ ହଜାର ଟଙ୍କାକୁ ସେ ଜିଲା ରେଡକ୍ରସ ପାଣ୍ଠିକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଜରିଆରେ ରେଡକ୍ରସ ପାଣ୍ଠିକୁ ଦାନ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ୨୦୨୨ ମସିହା ନଭେମ୍ବର ୧୪ ତାରିଖ ଦିନ ବିଜୟ ମହାପାତ୍ରଙ୍କ କେନ୍ଦ୍ରାପଡା ଗରଦପୁର ବ୍ଳକ ତଳକୁସୁମା ଗାଁରେ ଥିବା ପୈତୃକ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ବର୍ଷକ ପରେ ଚଳିତ ଡିସେମ୍ବର୍ ୧୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତାଙ୍କୁ ଘରପୋଡି ସହାୟତା ରାଶି ପ୍ରଦାନ କରିଥିଲା । ଏହି ଅର୍ଥ ଗରିବ ଓ ଅସହାୟ ଲୋକଙ୍କ କାମରେ ଲାଗିଲେ ସେ ଖୁସି ହେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସହାୟତା ରାଶି ପାଇଁ ସେ ଆବେଦନ କରି ନଥିବା କହିଥିବା ବେଳେ ସରକାରୀ ସ୍ତରରେ ଘଟଣାର ତଦନ୍ତ ଓ ଅନୁସନ୍ଧାନ କରାଯାଇ ମାତ୍ର ବର୍ଷକ ପରେ ତାଙ୍କୁ ଏହି ସହାୟତା ରାଶି ମିଳିଥିବା କହି ପ୍ରଶାସନକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ବିଜୟ । ସେହିପରି ଆଜି ମଧ୍ୟ ଘରପୋଡିରେ ପ୍ରଭାବିତ ଅନେକ କ୍ଷତିଗ୍ରସ୍ତ ପରିବାର ସହାୟତା ପାଇନଥିବା ସେ ହୃଦବୋଧ କରୁଥିବା କହିଛନ୍ତି । ଏଥିସହ ଆଗାମୀ ଦିନରେ ରାଜନୀତି ଉପରେ ପ୍ରତିକ୍ରିୟା ରଖି ଯୁଦ୍ଧ ପାଇଁ ଗୋଟିଏ ମାସ ଯଥେଷ୍ଟ ଓ ସମୟ ଆସିଲେ ସେ କେଉଁ ନିଷ୍ପତ୍ତି ନେବେ ସେ ସମ୍ପର୍କରେ ଜଣାଇଦେବେ ବୋଲି କହିଛନ୍ତି । ମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆସନ୍ତା ସାଧାରଣ ନିର୍ବାଚନକୁ ବହୁତ ଦିନ ବାକି ଅଛି ତେଣୁ ଏବେଠାରୁ ଏହାକୁ ଆକଳନ କରିବା ସହଜ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜୟ।
ଏହା ମଧ୍ୟ ପଢ଼ନ୍ତୁ.....ପାଟକୁରାରେ କାହାକୁ ଟିକେଟ ଦେବ BJP, ଅନୁଭବୀ ବିଜୟଙ୍କ ବିକଳ୍ପ ହେବେକି ଯୁବନେତା ତେଜେଶ୍ବର !
ଇଟିଭି ଭାରତ, କେନ୍ଦ୍ରାପଡ଼ା