ବିଧାନସଭାରେ ମଦ ମୃତ୍ୟୁ ତାତି, ଉପମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବେଳେ ବିରୋଧୀଙ୍କ ହଙ୍ଗାମା - ବିହାର ବିଧାନସଭାରେ ମଦମୃତ୍ୟୁ ତାତି
🎬 Watch Now: Feature Video
ପାଟନା: ବିହାର ବିଧାନସଭାରେ ମଦ ମୃତ୍ୟୁ ତାତି । ଗୃହରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମନ୍ତବ୍ୟ ରଖୁଥିବାବେଳେ ବିରୋଧୀଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ବିଧାନସଭାରେ ଚେୟାର ଉଠାଇ ବିରୋଧୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଗୃହରେ ଘଟଣାର ତଦନ୍ତ ପାଇଁ ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ମଦ ଉପରେ ରୋକ ଲାଗିବା ପରେ ଲୋକ ମଦ ପିଉଛନ୍ତି ତ ମରିବେ ନା । ସେପଟେ ମଦମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ପ୍ରକାଶ ଥାଉ କି ବିହାରରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁସଂଖ୍ୟା 54ରେ ପହଞ୍ଚିଛି ।
Last Updated : Feb 3, 2023, 8:36 PM IST