thumbnail

By ETV Bharat Odisha Team

Published : Dec 22, 2023, 4:40 PM IST

ETV Bharat / Videos

ନୀତିଶ ଓ ଲାଲୁଙ୍କ ମଧ୍ଯରେ ମତଭେଦ ନାହିଁ: ତେଜସ୍ବୀ ଯାଦବ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ । ଏହା ଗଣମାଧ୍ୟମର ମନଗଢ଼ା କାହାଣୀ । ଗତ 19 ତାରିଖରେ ଦିଲ୍ଲୀରେ ବସିଥିବା ଇଣ୍ଡିଆ ମେଣ୍ଡ ବୈଠକ ସଂପୂର୍ଣ୍ଣ ସଫଳ ଥିଲା । ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ଏହା କହିଛନ୍ତି । ସେ କହିଛନ୍ତି ଯେ, କିଛି ମିଡିଆ ବିରୋଧୀ ମେଣ୍ଟଙ୍କ ଏକତାକୁ ହଜମ କରି ପାରୁନାହାନ୍ତି । ଇଣ୍ଡିଆ ବ୍ଲକ ଶକ୍ତିଶାଳୀ ଅଛି ଏବଂ ସବୁ ଦଳ ଏକାଠୀ ଅଛନ୍ତି । ଇଣ୍ଡିଆ ବୈଠକରେ ଟିଏମସି ନେତ୍ରୀ  ମମତା ବାନାର୍ଜୀ ଏବଂ  ଆପ୍ ନେତା ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରସ୍ତାବ ଦେଇଥିଲେ । ବୈଠକ ପୂର୍ବରୁ ପାଟନାରେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଜେଡିୟୁ ପୋଷ୍ଟର ଲଗାଇଥିଲା । ଇଣ୍ଡିଆ ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ନୀତିଶ କୁମାରଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିଲେ ।    

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.