ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ଲକ୍ଷ୍ୟ, ଲୋକାର୍ପିତ ହେଲା ବିଜ୍ଞାନ ଜ୍ୟୋତି

By ETV Bharat Odisha Team

Published : Nov 24, 2023, 6:32 AM IST

thumbnail

କୋରାପୁଟ: ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ପାଇଁ ପ୍ରୟାସ । କୋରାପୁଟରେ ଲୋକାର୍ପିତ ହେଲା  "ବିଜ୍ଞାନ ଜ୍ୟୋତି" ପତ୍ରିକା । ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବୈଜ୍ଞାନିକ ଚେତନାକୁ ପ୍ରୋତ୍ସାହନ ଦେବା ପାଇଁ କରାଗଲା ସଭା ।  

ବିଜ୍ଞାନ କେବଳ ଏକ ବିଷୟ ନୁହେଁ ବରଂ ଅନ୍ୟ ବିଷୟଗୁଡ଼ିକୁ ପଢ଼ି ସଠିକ ଭାବେ ବୁଝିବାର ମାଧ୍ୟମ ହୋଇଥିବା । ତେଣୁ ବର୍ତ୍ତମାନ ନୂତନ ଶିକ୍ଷା ନୀତିର ଦିଗ ପ୍ରତି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲୋକାର୍ପିତ ହେଲା "ବିଜ୍ଞାନ ଜ୍ୟୋତି" ପତ୍ରିକା । 5T ଯୋଜନା ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ବିଜ୍ଞାନାଗାର ଖୋଲା ଯାଇ ବିଭିନ୍ନ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଇଛି । ମଣିଷ କଙ୍କାଳର ନମୁନାଠାରୁ ଆରମ୍ଭ କରି ପର୍ଯ୍ୟାୟ ସାରଣୀର ବିଶାଳ ପ୍ରଦର୍ଶନୀ ପର୍ଯ୍ୟନ୍ତ । ବିଭିନ୍ନ ବିଜ୍ଞାନ ଶିକ୍ଷା ଉପଯୋଗୀ ଉପକରଣକୁ ହାତ ପାନ୍ତାରେ ପାଇ ଛାତ୍ରଛାତ୍ରୀ ବାସ୍ତବ ଶିକ୍ଷାର ଅନୁଭୂତି ପାଇ ପାରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳରେ ବ୍ଲକସ୍ଥରୀୟ ବିଜ୍ଞାନ ମେଳା, ଭାଗ ନେଲେ ୧୧୦ ଛାତ୍ରଛାତ୍ରୀ

ଆଜିର ବିଜ୍ଞାନ ପ୍ରଦର୍ଶନୀରେ 90ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସ୍ୱାସ୍ଥ୍ୟ, କୃଷି, ପରିବହନ, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ଗଠିତ ପାଞ୍ଚଟି ବର୍ଗରେ ବିଭାଜନ ହୋଇଥିଲା । ଛାତ୍ରଛାତ୍ରୀ ଅନେକ ନୂତନ ତଥ୍ୟ ଓ ତତ୍ୱ ପ୍ରଦର୍ଶନ କରିଥିଲେ । କୋରାପୁଟ ବ୍ଲକ ଅଞ୍ଚଳର ବିଜ୍ଞାନ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବିଜ୍ଞାନ ପ୍ରତି ଆଗ୍ରହୀଙ୍କୁ ନେଇ ଗଠନ କରାଯାଇଛି ବିଜ୍ଞାନ କ୍ଲବ । ତେବେ ଏହି କ୍ଲବ ଆନୁକୁଲ୍ୟରେ ପ୍ରକାଶ ପାଉଥିବା ପତ୍ରିକା ବିଜ୍ଞାନ ଜ୍ୟୋତି ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ସୃଜନତାକୁ ବୃଦ୍ଧି କରିବା ସହିତ ବିଶେଷ ଭାବେ ସହାୟତା ପ୍ରଦାନ କରିବ । ଏହି ଭଳି କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବିଜ୍ଞାନ ପ୍ରତି ତାଙ୍କର ରୁଚି ବଢ଼ିବ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.