ଜହ୍ନ ରାଇଜକୁ ଗଲା ଚନ୍ଦ୍ରଯାନ-୩, ଭୁବନେଶ୍ବର CTTCରେ ଉତ୍ସବର ମାହୋଲ

By

Published : Jul 14, 2023, 4:50 PM IST

thumbnail

ଭୁବନେଶ୍ବର: ଇତିହାସ ରଚିଲା ଇସ୍ରୋ । ଚନ୍ଦ୍ର ଅଭିମୁଖେ ଯାତ୍ରା କଲା ଚନ୍ଦ୍ରଯାନ-୩ । ଅପରାହ୍ନ ୨.୩୫ରୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା  ଦ୍ବିତୀୟ ଲଞ୍ଚପ୍ୟାଡରୁ  ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହେଲା । ଏହି ଐତିହାସିକ ମୂହୁର୍ତ୍ତକୁ ନେଇ ସାରା ଦେଶ ଉତ୍ସବ ମୁଖର । ଭୁବନେଶ୍ବର ସ୍ଥିତ CTTC ( ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର)ରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଏହି ମିଶନରେ CTTCର ବଡ଼ ଅବଦାନ ରହିଛି । 

ପାଖାପାଖି ୭୫ ହଜାରରୁ ଅଧିକ ଯନ୍ତ୍ରାଂଶ ପ୍ରସ୍ତୁତି କରିଛି ଭୁବନେଶ୍ଵରର CTTC  । ଚନ୍ଦ୍ରଯାନ-୩ ମିଶନରେ ଲ୍ୟାଣ୍ଡର, ରୋଭର ଏବଂ ମହାକାଶ ଯାନ ପାଇଁ ଅଧିକାଂଶ ଯନ୍ତ୍ରାଂଶ ପ୍ରସ୍ତୁତି କରିଛି । ତେବେ ୧୫୦ ଜଣ ଟେକନିସିଆନ ଗତ ଏକ ବର୍ଷ ହେଲା କଠୋର ପରିଶ୍ରମ କରି ଏହି ଚନ୍ଦ୍ରଯାନ-୩ ମିଶନ ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତି କରିଛନ୍ତି । ଆଜି ଏହା ସଫଳ ଭାବେ ଉତ୍‌କ୍ଷେପଣ ହେବା ପରେ ଅନୁଷ୍ଠାନରେ ଖୁସିର ମାହୋଲ ଦେଖିବାକୁ ମିଳିଛି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.