thumbnail

ସୂର୍ଯ୍ୟବାବୁ ସବୁ ରାଜନୈତିକ ନେତୃତ୍ୱଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରୁଥିଲେ: ସାଂସଦ ଚନ୍ଦ୍ରଶେଖର ସାହୁ

By ETV Bharat Odisha Team

Published : Sep 2, 2023, 11:03 PM IST

ବ୍ରହ୍ମପୁର: ଅସ୍ତ ପାଇଲା ଦିଗପହଣ୍ତିର ସୂର୍ଯ୍ୟ । ସୂର୍ଯ୍ୟ ନାରୟଣଙ୍କ ବିୟୋଗ ଓଡିଶା ରାଜନୀତି ତଥା ଓଡିଶାବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ମୁଁ ମୋର ଜଣେ ବ୍ଯକ୍ତିଗତ ବନ୍ଧୁଙ୍କୁ ହରାଇଲି କହି ଭାବବିହ୍ବଳ ହୋଇପଡିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଛାତ୍ର ରାଜନୀତି ଠାରୁ ଆରମ୍ଭ କରି ବ୍ରହ୍ମପୁର ମ୍ଯୁନିସିପାଲଟି ନିର୍ବାଚନ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିମିଶି ଅନେକ କାର୍ଯ୍ୟ କରି ଆସିଛୁ । ସୂର୍ଯ୍ୟବାବୁ ସବୁ ରାଜନୈତିକ ନେତୃତ୍ୱଙ୍କୁ ସାଙ୍ଗରେ ନେଇ ଓ ସମସ୍ତଙ୍କ ପରାମର୍ଶ ନେଇ କାର୍ଯ୍ୟ କରୁଥିଲେ । ଯାହା ତାଙ୍କର ସବୁଠାରୁ ବଡ ଗୁଣ । ଯାହାକି ତାଙ୍କୁ ଏହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲା । ପୂର୍ବତନ ବାଚସ୍ପତିଙ୍କ ବିଯୋଗରେ ଏପରି ଦୁଃଖଦ ବାର୍ତ୍ତା ପ୍ରଦାନ କରିଛନ୍ତି ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ।  

ଅଧିକ ପଢନ୍ତୁ..ଅସ୍ତ ହୋଇଗଲେ ଗଞ୍ଜାମ ରାଜନୀତିର ସୂର୍ଯ୍ୟ, ବିଭିନ୍ନ ମହଲରେ ଶୋକର ଛାୟା

ଓଡିଶା ରାଜନୀତିର ଜଣେ ଟାଣୁଆ ନେତା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଘଟିଛି । ଗତ କିଛି ମାସ ଧରି ସ୍ବର୍ଗତ ପାତ୍ର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ତେବେ ସୂର୍ଯ୍ୟ ନାରାୟଣ ବିୟୋଗରେ ସମଗ୍ରା ଓଡିଶାରେ ଶୋକର ଛାୟା ଖେଳିଯାଇଛି ।  

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.