ବୁଢୀ ଠାକୁରାଣୀ ଯାତ୍ରାରେ ରାଜ ପରମ୍ପରା, ମାଆଙ୍କ ଆଳତୀ ହୋଇଥାଏ ମହୁରୀ ରାଜବାଟୀରେ - ମହୁରୀ ରାଜାବଂଶର ରାଜା ଅଶୋକ କୁମାର ନରେନ୍ଦ୍ର ଦେଓ

🎬 Watch Now: Feature Video

thumbnail

By

Published : Apr 7, 2023, 12:10 PM IST

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରାରେ ଦେଖିବାକୁ ମିଳିଥାଏ ରାଜରାଜୁଡା ପରମ୍ପରା । ରାଜତନ୍ତ୍ର ପରିବର୍ତ୍ତେ ଗଣତନ୍ତ୍ର ରହିଥିଲେ ମଧ୍ୟ ମାଆଙ୍କ ଯାତ୍ରା ସମୟରେ ମାଆ ପ୍ରଥମେ ଘଟରେ ଧାରଣା କରିବା ପରେ ରାଜବାଟୀ ଯାଇ ରାଜାଙ୍କ ପ୍ରଥମ ଆଳତୀ ଗ୍ରହଣ କରିଥାନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ମାଆଙ୍କ ଆଜ୍ଞାମାଳ ମିଳିବାର ଗୋଟିଏ ଦିନ ପରେ ଅର୍ଥାତ୍ ଯାତ୍ରାର ତୃତୀୟ ଦିବସରେ ହୋଇଥାଏ ଘଟ ପରିକ୍ରମା । ଫୁଲ ଚାଙ୍ଗୁଡିରୁ ଆଜ୍ଞାମାଳ ଘଟରେ ରୂପାନ୍ତରିତ ହେବା ପରେ ଯାତ୍ରାର ପରମ୍ପରା ଅନୁଯାୟୀ ମାଆଙ୍କ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ୱ ଘଟ ପହଞ୍ଚି ଯାଇଥାଏ ମହୁରୀ ରାଜବାଟୀରେ । ଯାହାକି ସେଠାରେ ରହିଥିବା ବର୍ତ୍ତମାନର ମହୁରୀ ରାଜାବଂଶର ବଂଶଧର ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେଓ ମାଆଙ୍କୁ ଦର୍ଶନ କରିବା ପରେ ରାଜବାଟୀରେ ଆଳତୀ ହୋଇଥାଏ । ଏହା ପରେ ମାଆ ପୁଣି ଫେରିଥାନ୍ତି ନିଜ ଅସ୍ଥାୟୀ ମନ୍ଦିରକୁ ।

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.