ବେଙ୍ଗାଲୁରୁରୁ ଭୁବନେଶ୍ବର ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ - ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି
🎬 Watch Now: Feature Video
ଭୁବନେଶ୍ବର: ବେଙ୍ଗାଲୁରୁରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ ଏୟାରପୋର୍ଟରୁ ଟେକ୍ଅଫ୍ ନେଇପାରିଲାନି ବିମାନ । ଦୀର୍ଘ ସମୟ ଧରି ବିମାନ ଅଟକି ରହିଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନେକ ସମୟ ଧରି ଅଟକି ରହିଛି ବିମାନ । ଯାହା ଫଳରେ ସେଥିରେ ଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ପାଖକୁ ନା କେହି ଆସୁଥିଲେ ନା କିଛି ବିମାନ ଉଡାଣକୁ ନେଇ ସୂଚନା ଦେଉଥିଲେ ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ।
ତେବେ ବିମାନରେ ଛୋଟ ଛୁଆଙ୍କ ସମେତ ସମୁଦାୟ ୧୯୦ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ କୌଣସି ମୌଳିକ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଅନେକ ସମୟ ଧରି ବିମାନ ଅଟକି ରହିଥିବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବିମାନରେ ଥିବା କର୍ମଚାରୀ ମାନେ ଯାତ୍ରୀଙ୍କ କଥା ଶୁଣିନଥିବା ଜଣାପଡିଛି । ରାତି ୧୦ଟା ସମୟରେ ବିମାନ ଛାଡ଼ିବାକୁ ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିମାନ ଟେକଅପ କରିନଥିବା ଜଣାପଡିଛି । ଏହାସହ ବିମାନରେ ଏସି କାମ କରୁନାହିଁ । ଯାହା ଫଳରେ ଗରମରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ମଧ୍ୟ ଜଣାପଡ଼ିଛି ।
ଇଟିଭି ଭାରତ, ଭୁବନେଶ୍ବର