Watch Video: କୂଅରୁ ଉଦ୍ଧାର ହେଲା ଭାଲୁ

🎬 Watch Now: Feature Video

thumbnail

ଥିରୁଅନନ୍ତପୁରମ: ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ପଶି ଆସି କୂଅରେ ପଡିଲା ଭାଲୁ । ଲୋକେ ବନ ବିଭାଗକୁ ଖବର ଦେଲେ । ବନ ବିଭାଗ ଭାଲୁଟିକୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କଲା । ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀଙ୍କ କେଇ ଘଣ୍ଟାର ମିଳିତ ପରିଶ୍ରମ ପରେ ଭାଲୁଟିକୁ ଗଭୀର କୂଅ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେରଳ ରାଜଧାନୀ ଥିରୁଅନନ୍ତପୁରମ ସହର ଉପକଣ୍ଠରେ ଘଟଣାଟି ଘଟିଛି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା କାରଣରୁ ପାଣି ଓ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି । ଭାଲୁଟି ପାଣି ପିଇବା ପାଇଁ ଉଦ୍ୟମ କରିବା ବେଳେ କୂଅ ମଧ୍ୟରୁ ଖସି ପଡିଥିବା ସନ୍ଦେହ କରାଯାଉଛି । ହେଲେ ସଠିକ ସମୟରେ ବନ ବିଭାଗ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିବାରୁ ଭାଲୁଟିକୁ ଉଦ୍ଧାର କରିବାରେ ସଫଳତା ମିଳିଛି । ପ୍ରଥମେ ଭାଲୁର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ଓ ପରେ ଜଙ୍ଗଲରେ ସୁରକ୍ଷିତ ସ୍ଥାନରେ ଛଡାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଖନ୍ତୁ ଭାଲୁ ଉଦ୍ଧାର ସମୟର ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.