thumbnail

By

Published : Jun 3, 2023, 7:23 PM IST

ETV Bharat / Videos

ବାଲେଶ୍ବର ଟ୍ରେନ ଦୁର୍ଘଟଣା, ଆହତଙ୍କୁ ରକ୍ତ ଦେଲେ ଅମଲା

କେନ୍ଦୁଝର: ଭୟଙ୍କର ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 261 ଛୁଇଁଛି ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଆହତଙ୍କ ସଂଖ୍ୟା 900 ଟପିଛି । ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱର ସ୍ଥିତ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ଏହି ସମୟରେ ଗୁରୁତରଙ୍କ ପାଇଁ ରକ୍ତର ବ୍ୟାପକ ମାତ୍ରା ଆବଶ୍ୟକ ହୋଇଥିଲା । ଏହି ଆବଶ୍ୟକତାକୁ ଦେଖି ବହୁ ସ୍ୱେଚ୍ଛାସେବୀ ଆଗକୁ ଆସି ସ୍ୱତ୍ତପ୍ରବୃତ୍ତ ଭାବେ ରକ୍ତଦାନ ପାଇଁ ବିଭିନ୍ନ ବ୍ଲଡ଼ ବ୍ୟାଙ୍କ ଆଗରେ ଧାଡି ବାନ୍ଧିଛନ୍ତି । ଏହି ସମୟରେ ମାନବିକତା ଦେଖାଇଛନ୍ତି କେନ୍ଦୁଝର ଅମଲା ସଙ୍ଘ । ଗତ ୧ ତାରିଖରୁ ଜିଲ୍ଲାର ଅମଲାମାନେ କଲମ ଛାଡ଼ କରି ଧାରଣାରେ ବସିଛନ୍ତି । କାଲିର ଦୁର୍ଘଟଣାକୁ ଦେଖି କେନ୍ଦୁଝର ଅମଲା ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ ଓ ମୋବାଇଲ ଭ୍ୟାନ ମଧ୍ୟରେ ରକ୍ତଦାନ ଚଳାଇଛନ୍ତି । ବ୍ୟାପକ ରକ୍ତ ପୂରଣ ଦିଗରେ ଏହି ଶିବିର ନିହାତି ଆବଶ୍ୟକତା ଥିବା ସଙ୍ଘ ପକ୍ଷରୁ କୁହାଯାଇଛି । ଆଜି ସଙ୍ଘ ପକ୍ଷରୁ ୭୦ ୟୁନିଟରୁ ଊର୍ଦ୍ଧ୍ବ ରକ୍ତ ସଂଗ୍ରହ କରିବା ପାଇଁ ଯୋଜନା କରାଯାଇଛି । ଆସନ୍ତାକାଲି କେନ୍ଦୁଝର ଜିଲ୍ଲାର ବହୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ କରାଯିବ ବୋଲି ରେଡ଼କ୍ରସ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.