ଏସପିଙ୍କ ନଜରରେ ବାଲେଶ୍ୱର ସହର, ରାତି ଅଧରେ ବାଇକ ଧରି ମାରୁଛନ୍ତି ପଇଁନ୍ତରା - ଏସପିଙ୍କ ନଜରରେ ବାଲେଶ୍ବର ସହର
🎬 Watch Now: Feature Video
ବାଲେଶ୍ବର: ପୁଣି ଚର୍ଚ୍ଚାରେ ଲେଡି ଦବଙ୍ଗ ଅଫିସର ତଥା ବାଲେଶ୍ବର ଏସପି ସାଗରିକା ନାଥ । ନିଛାଟିଆ ରାତିରେ ପାଟ୍ରୋଲିଂ କରୁଛନ୍ତି ଏସପି । ନାଲିବତୀ ଗାଡ଼ିରେ ନୁହେଁ, ବରଂ ବିଳମ୍ବିତ ରାତିରେ ବାଇକ ଧରି ଏକା ସହରରେ ପଇନ୍ତରା ମାରୁଛନ୍ତି । ଅପରାଧୀଙ୍କୁ ସାବାଡ କରିବା ପାଇଁ ଏସପି ନିଜେ ସହରରେ ପାଟ୍ରୋଲିଂ କରୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ସାଗରିକା ନାଥ ତାଙ୍କ କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ବେଶ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ବ୍ରାଉନସୁଗର ତ ପୁଣି କେତେବେଳେ ବେଆଇନ ବାଲି ଉତ୍ତୋଳନ ନେଇ ଅପରେସନ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ନେବା ଘଟଣାର ଉଦାହରଣ ରହିଛି । ଏବେ ବାଇକ ଧରି ଲେଡି ଅଫିସରଙ୍କ ସହର ପଇଁନ୍ତରା ମାରିବା ତାଙ୍କ ସାହାସିକତାକୁ ପୁଣିଥରେ ପ୍ରମାଣିତ କରିଛି । ସହରର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ନଜର ରଖିବା ସହ ରାତି ଅଧରେ ସହର ସ୍ଥିତି କେମିତି ରହିଛି ତାହା ଦେଖନ୍ତି । ଏମିତି ରାତି ଅଧରେ ଅଧିକାଂଶ ସମୟରେ ସେ ବାଇକ ଧରି ଏକୁଟିଆ ବୁଲନ୍ତି ବୋଲି କହିଛନ୍ତି ଏସପି ସାଗରିକା ।
ଏକ ବାଇକ ଯୋଗେ ଏସପି ସହରରେ ପାଇଁତରା ମାରୁଥିବା ବେଳେ ସହରର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ନଜର ରଖିବା ସହ ରାତି ଅଧରେ ସହର ସ୍ଥିତି କେମିତି ରହିଛି ତାହା ଦେଖନ୍ତି ବୋଲି କହିଛନ୍ତି। ଏମିତି ରାତି ଅଧରେ ପ୍ରାୟ ଅଧିକାଂଶ ସମୟରେ ସେ ବାଇକ ଧରି ଏକୁଟିଆ ବୁଲନ୍ତି ବୋଲି କହିଛନ୍ତି।
ପ୍ରକାଶ ଥାଉ କି, ପ୍ରଥମ ଦିନରୁ ହିଁ ସାଗରିକା ନାଥ ବ୍ରାଉନସୁଗାର କାରବାର ଉପରେ ରୋକ ଲଗାଇବା ଉପରେ ପଦକ୍ଷେପ ନେଇଥିଲେ। ଏହାପରେ ପରେ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏସପିଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଅଞ୍ଚଳରେ ଅପରେସନ ସ୍ୟାଣ୍ଡ ଷ୍ଟର୍ମ ମାଧ୍ୟମରେ ବେଆଇନ ବାଲି ଚାଲାଣ ରୋକିବା ଦିଗରେ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ଏସପି ସାଗରିକା ନାଥ ବାଲେଶ୍ଵରରେ ଯୋଗଦାନ କରିବା ପରେ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀ ତଥା ଜିଲ୍ଲା ସ୍ତରୀୟ ପୋଲିସ ଅଧିକାରୀମାନେ ମିଳିମିଶି ଏକ ଟିମ ହୋଇ ଅପରାଧ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି। ଏମିତିକି ପୋଲିସ ପେଟ୍ରୋଲିଂ କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ଏସ୍ପି ନିଜେ ବାଇକ ରେ ପେଟ୍ରୋଲିଂ କରୁଥିବା ନଜର ଆସିଛନ୍ତି।
ଇଟିଭି ଭାରତ, ବାଲେଶ୍ବର