thumbnail

By

Published : Oct 18, 2022, 6:22 PM IST

Updated : Feb 3, 2023, 8:29 PM IST

ETV Bharat / Videos

ଛାତ୍ରୀଙ୍କ ଅପୂର୍ବ କଳାକୃତି, ତ୍ରିଶାଖା ବେଲପତ୍ରରେ ଆଙ୍କିଲେ ମା' ଶ୍ୟାମାଙ୍କ ପ୍ରତିଛବି

ବାଲେଶ୍ବର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି ଓ ମା' ଶ୍ୟାମାଙ୍କ ପୂଜା । ଆଲୋକମାଳାରେ ମା' ଶ୍ୟାମା ଧରାଧାମରେ ଅବତରଣ କରିବେ । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ସାଜସଜ୍ଜା ଆରମ୍ଭ ହେଲାଣି । ଏହି ଅବସରରେ ବାଲେଶ୍ଵର ସତ୍ୟନଗର ଅଞ୍ଚଳର ଛାତ୍ରୀ ଅନୁପମା ଦାସ ମହାପାତ୍ର ଏକ ତ୍ରିଶାଖା ବେଲପତ୍ରରେ ମା' ଶ୍ୟାମାଙ୍କ ପ୍ରତିଛବି ଆଙ୍କି ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ଏହି ଚିତ୍ର ଆଙ୍କିବା ପାଇଁ ଅନୁପମା ବେଲପତ୍ରକୁ ଭଲଭାବେ ସଫା କରି ସେଥିରେ ଫେବ୍ରିକ ରଙ୍ଗର ବ୍ୟବହାର କରିଛନ୍ତି । ବେଲପତ୍ର ମଝିରେ ମା' ଶ୍ୟାମାଙ୍କ ପ୍ରତିଛବି ରହିଥିବା ବେଳେ ଦୁଇ ପାଖରେ ଓଁ ନମଃ ଶିବାୟ ଲେଖା ଯାଇଛି । ଏହି ପ୍ରତିଛବି ଆଙ୍କିବା ପାଇଁ ଅନୁପମାଙ୍କୁ ପ୍ରାୟ ୨୦ ମିନିଟ ସମୟ ଲାଗିଛି । ପୂର୍ବରୁ ଅନୁପମା ଏମିତି ଥିମ ଆର୍ଟ କରି ବେଶ ଚର୍ଚ୍ଚାରେ ରହିଥିଲେ । ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.