ଗୋଟିଏ ଆଙ୍ଗୁଠିରେ ବ୍ୟାଟ ଧରି ବିଶ୍ବ ରେକର୍ଡ କଲେ ବଲାଙ୍ଗୀର ଯୁବକ

By ETV Bharat Odisha Team

Published : Nov 20, 2023, 12:42 PM IST

thumbnail

ବଲାଙ୍ଗୀର: ଆଙ୍ଗୁଠି ଅଗରେ ଖେଳ। ଗୋଟିଏ ଆଙ୍ଗୁଠିରେ ବ୍ୟାଟ ଧରି ବିଶ୍ବ ରେକର୍ଡ କଲେ ବଲାଙ୍ଗୀରର ଯୁବକ । ତିନି ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗୋଟିଏ ଆଙ୍ଗୁଠିରେ ବ୍ୟାଟ ଧରି ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ କରିଛନ୍ତି ଟିଟିଲାଗଡ କଣ୍ଡରା ଗ୍ରାମର କାହ୍ନୁ ଭୋଇ । ଅନେକ ଦିନରୁ ସେ ଏହି ଅଭ୍ୟାସ କରି ଆସୁଥିବା ବେଳେ ଏବେ ସଫଳତା ପାଇଛନ୍ତି । ରବିବାର ଟିଟିଲାଗଡ଼ର ସ୍ଥାନୀୟ କଲ୍ୟାଣ ମଣ୍ଡପରେ କେଦାର କରାଟେ ସଂଘ ଦ୍ଵାରା ଆୟୋଜିତ ଗିନିଜ ବୁକ୍ ଅଫ୍‌ ୱାର୍ଲ୍ଡ ରେକର୍ଡ ଆଟେମ୍ପ୍ଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ରେକର୍ଡ କରିଛନ୍ତି । କ୍ରିକେଟରେ ଖେଳା ଯାଉଥିବା ବ୍ୟାଟ୍ ଯାହାର ଓଜନ 1.4 କିଲୋଗ୍ରାମ, ତାକୁ ସେ ଡାହାଣ ହାତର ଗୋଟିଏ ଆଙ୍ଗୁଠିରେ ଦୀର୍ଘ ତିନି ଘଣ୍ଟା 17 ମିନିଟ ପର୍ଯ୍ୟନ୍ତ ଧରି ରଖିଥିଲେ । ପୂର୍ବରୁ ରାଜସ୍ଥାନର ଆରଣ୍ୟ ଶର୍ମା ଗୋଟିଏ ଆଙ୍ଗୁଠିରେ ବ୍ୟାଟକୁ ଏକ ଘଣ୍ଟା 16 ମିନିଟ 12 ସେକେଣ୍ଡ ପର୍ଯ୍ୟନ୍ତ ଧରି ଗିନିଜ ବୁକ୍‌ରେ ନିଜ ନାମକୁ ଲିପିବଦ୍ଧ କରିଥିଲେ । ତେବେ ତାଙ୍କ ରେକର୍ଡର ଦୁଇଗୁଣ ସମୟ ନେଇ କାହ୍ନୁ ଭୋଇ ଗିନିଜ ବୁକରେ ନୂଆ ରେକର୍ଡ କରିଛନ୍ତି । ଏନେଇ କାହ୍ନୁ ଭୋଇ କହିଛନ୍ତି ଯେ, ଏଭଳି ଏକ ରେକର୍ଡ ବାବଦରେ ଜାଣିଥିଲି। ଏହି ରେକର୍ଡ ଭାଙ୍ଗିବାକୁ ବହୁଦିନରୁ ଅଭ୍ୟାସ କରୁଥିଲି ।  ଟିଟିଲାଗଡ କେଦାର ସାହୁ କରାଟେ ସଂଘର ସହାୟତା ଓ ପ୍ରୋତ୍ସାହନରେ ଆଜି ଏହି ରେକର୍ଡ କରି ପାରିଛଛି ।  

ଏହା ମଧ୍ୟ ପଢନ୍ତୁ- India Book of Records: ୬ମିଟର ଲମ୍ବା କପଡ଼ାରେ ମେହେନ୍ଦୀ କରି ମଧ୍ୟପ୍ରଦେଶ ଝିଅଙ୍କ ରେକର୍ଡ

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.