thumbnail

By

Published : May 18, 2023, 6:11 PM IST

ETV Bharat / Videos

ବଲାଙ୍ଗୀର ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାର ଶୁଭ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ  । ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ଦାବି ପରେ ଖୋର୍ଦ୍ଧା ବଲାଙ୍ଗୀର ଡବଲ ଲାଇନ ରେଳପଥ ଆରମ୍ଭ କରାଯାଇଛି । ସେହିପରି ସମ୍ବଲପୁର ଟିଟିଲାଗଡ଼ ରେଳପଥ ଦୋହରିକରଣର ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଛନ୍ତି । ତେବେ 2019ରେ ବଲାଙ୍ଗୀରଠାରୁ 25 କିମି ଦୂର ବିଚ୍ଛୁପାଳି ପର୍ଯ୍ୟନ୍ତ ଖୋର୍ଦ୍ଧା ବଲଙ୍ଗୀର ରେଲପଥ ସମ୍ପୂର୍ଣ୍ଣ ହୋଇଥିଲା । ବିଚ୍ଛୁପାଳିଠାରୁ ପୁଣି 10 କିମି ଦୂର ସୋନପୁର ଝାରତରଭା ପର୍ଯ୍ୟନ୍ତ ରେଳ ଲାଇନ ସମ୍ପୂର୍ଣ୍ଣ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହାକୁ ଲୋକାର୍ପିତ କରିଛନ୍ତି । ଏହାସହ ପ୍ରଥମ କରି ବଲାଙ୍ଗୀରରୁ ସୋନପୁର ଜିଲ୍ଲାକୁ ରେଳ ସଂଯୋଗ ହୋଇଛି । ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିଥିଲେ । ସେହିପରି ବଲାଙ୍ଗୀରରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିସି ଓ ସମ୍ବଲପୁର ଡିଆରଏମ ବିନୀତ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପରେ ଏବେ ବଲାଙ୍ଗୀରରୁ ସିଧା ସଳଖ ବାରଣାସୀ, ଦିଲ୍ଲୀ ଓ ଜମ୍ମୁକୁ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ରକୁ ଦାବି କରାଯିବ ବୋଲି ସାଂସଦ କହିଛନ୍ତି । 

ଇଟିଭି ଭରତ, ବଲାଙ୍ଗୀର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.