ପୋଲିସର ପକ୍ଷପାତିତା ଅଭିଯୋଗ, ଆନ୍ଦୋଳନ ଚେତାବନୀ ଦେଲା ବଜରଙ୍ଗ ଦଳ - protest against police in puri

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 11, 2023, 7:17 AM IST

ପୁରୀ: ଗୋପ ପୋଲିସର ମାତ୍ରାଧିକ କାର୍ଯ୍ୟନୁଷ୍ଠାନକୁ ବଜରଙ୍ଗ ଦଳର ବିରୋଧ । ପୋଲିସର ପକ୍ଷପାତିତା ଆଚରଣ ଅଭିଯୋଗ କରିଛି ବଜରଙ୍ଗ ଦଳ । ଏନେଇ ପୁରୀ ଏସପିଙ୍କୁ ଭେଟି ଗୋପ ଥାନା ଅଧିକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଇବା ସହ ଏସପି ଏଥିରେ ହସ୍ତକ୍ଷେପ କରି ନିରୀହ ବ୍ୟକ୍ତିଙ୍କୁ ଖଲାସ କରିବାକୁ ଦଳ ଦାବି କରିଛି । ଅଭିଯୋଗ ଅନୁଯାୟୀ, ଗତ 5 ତାରିଖରେ ଗୋପରେ କିଛି ପିଲା ଗଜଲକ୍ଷ୍ମୀ ଭସାଣୀ ସାରି ଫେରୁଥିଲେ । ହେଲେ ଆଉ ଏକ ଗୋଷ୍ଠୀ ତାଙ୍କ ରାସ୍ତା ଓଗାଳିବା ସହ ଗାଳିଗୁଲଜ କରି ମାଡ ମାରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । 

ଏହା ବି ପଢନ୍ତୁ...ହୋମଗାର୍ଡଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ବଦଳି ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ASIଙ୍କୁ କରିଥିଲେ ବାଧ୍ୟ !

ଗୋପ ଥାନା ଅଧକାରୀ ଏହି ଘଟଣାରେ ଏକତରଫା ତଦନ୍ତ କରି ଗୋଟିଏ ଗୋଷ୍ଠୀର 9 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ଯୁବକମାନେ ଅନୁସୂଚିତ ଜାତିର ହେଇଥିବାବେଳେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ବଜରଙ୍ଗ ଦଳ ସମ୍ପାଦକ କହିଛନ୍ତି, "ଘଟଣାର ତଦନ୍ତ ନକରି ଗୋପ ଥାନା ଅଧିକାରୀ ଆକ୍ରୋଶମୂଳକ ଭାବେ କିଛି ପିଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଯଦି ଗଣ୍ଡଗୋଳ ଓ ଆଇନ ଶୃଙ୍ଖଳା ସ୍ଥିତି ଥିଲା ଦୁଇ ଗୋଷ୍ଠୀରୁ କାହିଁକି ପୋଲିସ ଗିରଫ କଲା ନାହିଁ ?" ଘଟଣାର ନିରପେକ୍ଷ ତଦନ୍ତ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.