ଯାଜପୁରରେ ପାଳିତ ହେଲା ବାହୁଡ଼ାଯାତ୍ରା

By

Published : Jun 28, 2023, 10:59 PM IST

thumbnail

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଅତି ଧୁମଧାମର ସହିତ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଶେଷ ଭାବରେ ଜିଲ୍ଲାର ଧର୍ମଶାଳା, ଛତିଆ, ଯାଜପୁର ଟାଉନ ଓ ବିଞ୍ଝାରପୁର ଅଞ୍ଚଳରେ ଅତି ଧୁମଧାମର ସହିତ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଇଯାଇଛି l ବିଶେଷ ଭାବରେ ବ୍ୟାସନଗରର ପ୍ରସିଦ୍ଧ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଛି l ପରମ୍ପରା ଅନୁଯାୟୀ ରଥରେ ଛେରା ପହଁରା କଲେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ l ବ୍ୟାସ ସରୋବର ଜଗନ୍ନାଥ କମିଟି ଆନୁକୂଲ୍ୟରେ ଚଳିତବର୍ଷ ଏହି ଯାତ୍ରା ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ଆଜି ଅପରାହ୍ନରେ ବ୍ୟାସ ସରୋବର ସ୍ଥିତ ଗୁଣ୍ଡିଚା ମା ମନ୍ଦିରରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା । ପରମ୍ପରା ଅନୁଯାୟୀ ଶିକ୍ଷାବିତ୍ ଦିଲ୍ଲୀପ କୁମାର ରାଉତ ରଥରେ ଛେରା ପହଁରା କରିଥିଲେ । ପରେ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ବ୍ୟାସନଗର ଅଂଚଳର ହଜାର ହଜାର ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ସେହିପରି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁରରେ ପ୍ରସିଦ୍ଧ ବାହୁଡା ଯାତ୍ରା ଆଜି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଗୁଣ୍ଡିଚା ମା’ଙ୍କ ମନ୍ଦିରରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପହଣ୍ଡି କରାଯାଇ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନଙ୍କୁ ରଥାରୂଢ କରାଯାଇଥିଲା । ପରମ୍ପରା ଅନୁଯାୟୀ ଗଡ଼ମଧୁପୁରର ରାଜଜେମା ଅପର୍ଣ୍ଣା ଧିର ସିଂ ରଥରେ ଛେରା ପହଁରା କରିଥିଲେ । ପରେ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ମାଉସୀ ମା’ଙ୍କ ମନ୍ଦିର ଠାରୁ ଗଡ଼ମଧୁପୁର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ନେଇଥିଲେ। ଶାନ୍ତିଶୃଙ୍ଖଳା ଦୃଷ୍ଟିକୋଣରୁ ଜେନାପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ଧର୍ମଶାଳାର ବ୍ଲକର ପ୍ରସିଦ୍ଧ ମୁନୁସୀ ମେଳଣ କମିଟି ଓ ଭାଲୁଖାଇ ଜଗନ୍ନାଥ କମିଟି ପକ୍ଷରୁ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଇଯାଇଛି l ଏହି ବାହୁଡ଼ାଯାତ୍ରାରେ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଛେରା ପହଁରା କରିବା ପରେ ରଥ ମାଉସୀ ମା’ ମନ୍ଦିରରୁ ବାହାରିଥିଲା l ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.