Bahuda yatra 2023: ସରିଲା ଜଗାର ପହଣ୍ଡି, ନନ୍ଦିଘୋଷରେ ବିରାଜିଲେ କାଳିଆ ସାଆନ୍ତେ
🎬 Watch Now: Feature Video
ପୁରୀ: କରି କରାଉ ଥାଉ ତୁହି... ତା ବିନୁ ଅନ୍ୟ ଗତି ନାହିଁ... ଆଜି ବିଶ୍ବ ନିୟନ୍ତାଙ୍କ ବାହୁଡାଯାତ୍ରା । ଆଜି ଶ୍ରୀକ୍ଷେତ୍ରରେ ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡା ଯାତ୍ରା ନେଇ ନୀତିକାନ୍ତି ଆରମ୍ଭ ହୋଇଛି । ଭାଇ ଉଭଣୀଙ୍କ ସହ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାବାହୁ । ବିଶ୍ବ ନିୟନ୍ତାଙ୍କ ବାହୁଡା ଯାତ୍ରା ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ନବଦିନାତ୍ମକ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଘଣ୍ଟଘଣ୍ଟା ହରିବୋଲ ହୁଳହୁଳିରେ କମ୍ପୁଛି ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା ଯାତ୍ରା ନେଇ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି । ପ୍ରଥମେ ଚକ୍ରଧର ସୁଦର୍ଶନ ପରେ ବଡଭାଇ ବଳଭଦ୍ରଙ୍କ ପରେ ରଥରେ ବିଜେ କରିଛନ୍ତି । ଏହା ପରେ ହଳଦୀମୁହିଁ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଦର୍ପଦଳନ ରଥରେ ବିରାଜମାନ ହୋଇଛନ୍ତି ମା ସୁଭଦ୍ରା । ସୁଭଦ୍ରଙ୍କ ପରେ ଜଗାର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ଟାହିଆ ହଲାଇ ଗହଳି ଲଗାଇ ଝୁଲି ଝୁଲି ରଥକୁ ଆସିଛନ୍ତି ଜଗତର ନାଥ ନାଥ ଜଗନ୍ନାଥ । ନନ୍ଦିଘୋଷ ରଥରେ ବିଜେ କରିଛନ୍ତି କାଳିଆ ସାଆନ୍ତେ । ଦେଖନ୍ତୁ ସାଆନ୍ତେଙ୍କ ପହଣ୍ଡି ବିଜେ...