Keonjhar: ବିଶ୍ୱର ବୃହତ୍ତମ ରଥ ନନ୍ଦିଘୋଷରେ ବସି ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

By

Published : Jun 28, 2023, 10:14 PM IST

thumbnail

କେନ୍ଦୁଝର: ଆଜି ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ବାହୁଡାଯାତ୍ରା । ଏହି ବାହୁଡାଯାତ୍ରା ପାଇଁ ସବୁ ଦେବସ୍ଥାନ ଆଜି ଲୋକାରଣ୍ୟ । ପୁରୀରୁ ଆରମ୍ଭ କରି ରାଜ୍ୟ ତଥା ରାଜ୍ୟ ବାହାରର ସବୁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡାଯାତ୍ରା ମଧ୍ୟ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରୁଣା ସହରର ବଡ଼ଦାଣ୍ଡରେ ଏହି ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ସକାଳୁ ଆଦ୍ୟପୂଜା ପରେ ପ୍ରଥମେ ଶ୍ରୀଜିଉଙ୍କ ଆଦ୍ୟସେବକ କେନ୍ଦୁଝର ମହାରାଜା ପୁଷ୍ପାଞ୍ଜଳି ଦେଇଥିଲେ । ପରେ ଶ୍ରୀଜିଉଙ୍କ ଧାଡିପହଣ୍ଡି ଅନୁଷ୍ଠିତ ହୋଇଥିଲା । ତିନି ଠାକୁର ପ୍ରଥମେ ଶ୍ରୀ ବଳଦେବଜୀଉ, ତାପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଧାଡିପହଣ୍ଡି କରି ମାନ୍ୟତା ପାଇଥିବା ବିଶ୍ୱର ବୃହତ ରଥ ନନ୍ଦିଘୋଷରେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା । 

ମହାରାଜାଙ୍କ ଛେରାପହଁରା ନୀତି ପରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ବଡ଼ ଆନନ୍ଦ ଉଲ୍ଲାସର ସହ ରଥକୁ ମାଉସୀ ମା’ ଘରୁ ବଡ଼ଦାଣ୍ଡରେ ଟାଣି ନେଇ ବଡ଼ ମନ୍ଦିର ସମ୍ମୁଖରେ ଛିଡ଼ା କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଦଉଡି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମହିଳାମାନେ ଏହି ସୁଯୋଗ ପାଇ ନିଜକୁ ଧନ୍ୟମନେ କରିଥିବା ବେଳେ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରଥଯାତ୍ରା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ପ୍ରଥମଥର ପାଇଁ ଚଳିତଥର ମହିଳା ଭକ୍ତଙ୍କୁ ରଥଟଣା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ପ୍ରଥମ ଓ ଦ୍ୱିତୀୟ କର୍ଡନକୁ ସମ୍ପୂର୍ଣ୍ଣ କଟକଣାରେ ରଖାଯିବା ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.