ଇନ୍ଦୋରରେ ଅଯୋଧ୍ୟା ଭବ୍ୟ ରାମ ମନ୍ଦିରର ପ୍ରତିକୃତି, ଆଇରନ ସ୍କାର୍ପରେ ତିଆରି ହୋଇଛି - ଆଇରନ ସ୍କାର୍ପ ତିଆରି ହୋଇଛି ରାମ ମନ୍ଦିର

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 26, 2023, 9:31 AM IST

ଭୋପାଳ: ଇନ୍ଦୋରରେ ତିଆରି ହୋଇଛି ଅଯୋଧ୍ୟା ଭବ୍ୟ ରାମ ମନ୍ଦିରର ପ୍ରତିକୃତି । ଆଇରନ୍‌ ସ୍କାର୍ପ୍‌ରେ ମନ୍ଦିରଟି ତିଆରି ହୋଇଥିବା ବେଳେ ତିନି ମାସ ମଧ୍ୟରେ ଏହାକୁ ନିର୍ମାଣ କରିଛନ୍ତି ଦିଲ୍ଲୀର କାରିଗର । ମନ୍ଦିରକୁ ତିଆରି କରିବା ପଇଁ ପ୍ରାୟ 21 ଟନ୍ ଆଇରନ ସ୍କ୍ରାପ ବ୍ୟବହାର କରାଯାଇଛି । ଏହା ଉଚ୍ଚତା 27 ଫୁଟ ହୋଇଥିବା ବେଳେ ଚଉଡ଼ା 26 ଫୁଟ ଏବଂ ଲମ୍ବ 40 ଫୁଟ ରହିଛି । ତିନିମାସ ମଧ୍ୟରେ ଦିନ ରାତି ଅହରହ ପରିଶ୍ରମ କରି 20 ଜଣ ଶ୍ରମିକ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଲୁହା ସ୍କ୍ରାପ୍‌ରୁ ଏତେ ବଡ଼ ରାମ ମନ୍ଦିରର ପ୍ରତିକୃତି ନିର୍ମାଣ କରାଯାଇଛି । ବିଶ୍ରାମ ବାଗରେ ଏହି ମନ୍ଦିର ନିର୍ମାଣ ହୋଇଛି । ମନ୍ଦିରଟି ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ସ୍ଥାନୀୟ ମ୍ୟୁନିସିପାଲଟିର ନିର୍ଦ୍ଦେଶରେ ମନ୍ଦିର ନିର୍ମାଣ ହୋଇଛି । ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ସାମାନ୍ୟ ବାକି ରହିଛି । ଖୁବଶୀଘ୍ର କାମଶେଷ ହେବା ପରେ ଜନସାଧାରଣଙ୍କ ପାଇଁ ଏହା ଉପଲବ୍ଧ ହେବ ବୋଲି କହିଛନ୍ତି ମେୟର । 

ଏହା ମଧ୍ୟ ପଢନ୍ତୁ-କେମିତି ରହିବ ରାମ ମନ୍ଦିର ସୁରକ୍ଷା ବ୍ୟବସ୍ଥା, ଯୋଗୀ ସରକାରଙ୍କୁ ଡ୍ରାଫ୍ଟ ଦେଲା CISF

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.