Snana Purnima: ସ୍ନାନବେଦୀରେ ସାଆନ୍ତେ, ଦର୍ଶନ କରି ଭାବବିହ୍ବଳ ଭକ୍ତ - ସ୍ନାନବେଦୀରେ ସାଆନ୍ତେ

🎬 Watch Now: Feature Video

thumbnail

By

Published : Jun 4, 2023, 7:43 PM IST

ପୁରୀ: ଆଜି ମହାପ୍ରଭୁଙ୍କ ମାନବଲୀଳା ତଥା ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ନୀତି ଅନୁଯାୟୀ 108 ଗରା ସୁବାସିତ ଗରା ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ । ଚଳିତ ବର୍ଷ ଭୋର 4ଟାରୁ ପହଣ୍ଡି ହୋଇଥିବା ବେଳେ ଦିନ ସାଢେ 11ଟାରେ ହୋଇଥିଲା ଜଳଲାଗି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ସତ୍ତ୍ବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଭକ୍ତ ଓ ଭଗବାନଙ୍କ ମିଳନରେ ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ବଡ଼ ଠାକୁର ବଳଭଦ୍ର, କାଳିଆ ସାଆନ୍ତେ ଓ ଦେବୀ ଶୁଭଦ୍ରାଙ୍କ ଦର୍ଶନ ଲାଭ କରି ଭାବବିହ୍ବଳ ହୋଇପଡ଼ିଛନ୍ତି ଭକ୍ତ । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୂଚନା ଥାଉ କି ଆଜି ସ୍ନାନଯାତ୍ରା ବେଳେ ଘଟିଥିଲା ଅଘଟଣ । ସ୍ନାନ ମଣ୍ଡପରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଏହି ନୀତି ଯୋଗୁଁ ନୀତିକାନ୍ତିରେ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଥିଲା । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.