Beating Retreat Ceremony: ମନମୋହିଲା ଛାତ୍ରଛାତ୍ରୀଙ୍କ ଦେଶାତ୍ମକ ବୋଧ ନୃତ୍ୟ

By

Published : Aug 15, 2023, 5:49 PM IST

thumbnail

ଅଟାରୀ ୱାଘା ବର୍ଡର(ପଞ୍ଜାବ): ଅଟାରୀ ୱାଘା ବର୍ଡରରେ ଆୟୋଜିତ ହୋଇଛି ବିଟିଂ ଦ ରିଟ୍ରିଟ ଉତ୍ସବ । ଏଥିରେ ଉଭୟ ଭାରତ-ପାକ ସେନା ଯବାନମାନେ ସାମିଲ ହୋଇଛନ୍ତି । ଅପରାହ୍ନରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଭାରତୀୟ କଳାକାର ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ଦେଶାତ୍ମକ ବୋଧ ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ସାମିଲ ହେବା ସହ ସଭିଙ୍କ ମନରେ ଥିଲା ଦେଶପ୍ରେମର ଅଜସ୍ର ଉତ୍ସାହ । ଦେଶ ସ୍ବାଧୀନତା ପରଠାରୁ ଅଟାରୀ ୱାଘା ବର୍ଡର ସୀମାରେ ବିଟିଂ ଦ ରିଟ୍ରିଟ ଉତ୍ସବ ବା ଧ୍ବଜାବତରଣ ଆୟୋଜନ ହୋଇଆସୁଛି । ଉତ୍ସବରେ ଭାରତୀୟ ସେନା ଓ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟରେ ମିଠା ଆଦାନ ପ୍ରଦାନ କରିବାର ପରମ୍ପରା ରହିଆସିଛି । ଯାହା ଚଳିତ ବର୍ଷ ମଧ୍ୟ ହୋଇଛି । କାର୍ଯ୍ୟକ୍ରମରେ ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି ।  ଏଥିରେ ବିଏସଏଫ ଯବାନ ମାନେ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରୁଛନ୍ତି । ଏତତ ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ଓ ଛାତ୍ରଛାତ୍ରୀ ମଧ୍ୟ ତ୍ରିରଙ୍ଗା ଧରି ଦେଶାତ୍ମକବୋଧ ସଂଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି । ଦେଖନ୍ତୁ ଅଟାରୀ ୱାଘା ବର୍ଡରରୁ ବିଟିଂ ଦ ରିଟ୍ରିଟ ଉତ୍ସବର ଦୃଶ୍ୟ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.