ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ: ସବୁଠି ବିରୋଧ

By ETV Bharat Odisha Team

Published : Nov 4, 2023, 7:51 PM IST

thumbnail

ବୌଦ୍ଧ: ଇଟିଭି ଭାରତର କାର୍ଯ୍ୟରତ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ଗିରଫ ହୋଇସାରିଥିବା ବେଳେ ଦିନ ତମାମ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ପ୍ରଯୋଜକ ଟୁଟୁ ନାୟକଙ୍କ ଗିରଫ ଦାବିରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି କ୍ରମରେ ବୌଦ୍ଧ ଜିଲ୍ଲା ସାମ୍ବାଦିକମାନେ ଘଟଣାକୁ ଦୃଢ ବିରୋଧ କରିବା ସହ ପ୍ରଯୋଜକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । 

ଏହାମଧ୍ୟ ପଢନ୍ତୁ..ଇଟିଭି ଭାରତ ସାମ୍ବାଦିକାଙ୍କୁ ମାଡ଼ ଘଟଣା: ନ୍ୟାୟ ଦାବିରେ ଡିସିପିଙ୍କୁ ସ୍ମାରକପତ୍ର ଦେଲା OWM

ଇଟିଭି ଭାରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଭୁବନେଶ୍ବର ସ୍ଥିତ ଏକ ଫିଲ୍ମ ହଲ ଗେଟ୍ ନିକଟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ଅଶାଳୀନ ବ୍ୟବହାର ତଥା ମାଡ ମାରିବା ଘଟଣା କୁନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂଗଠନ ବିଶେଷ ଭାବରେ ସାମ୍ବାଦିକ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜିଲ୍ଲା ପ୍ରେସ କ୍ଲବ ଓ ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ଟୁଟୁ ନାଏକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ସହ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ଅଶାଳୀନ ବ୍ୟବହାରକୁ ତୀବ୍ର ନିନ୍ଦା କରାଯାଇଥିଲା । ଏଭଳି କରିତକର୍ମା କାର୍ଯ୍ୟ କରିଥିବା ଟୁଟୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରେସ କ୍ଲବ ଓ ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.