ETV Bharat / state

ଇଟିଭି ଭାରତ ସାମ୍ବାଦିକାଙ୍କୁ ମାଡ଼ ଘଟଣା: ନ୍ୟାୟ ଦାବିରେ ଡିସିପିଙ୍କୁ ସ୍ମାରକପତ୍ର ଦେଲା OWM

author img

By ETV Bharat Odisha Team

Published : Nov 4, 2023, 1:37 PM IST

ଇଟିଭି ଭାରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିବା ଘଟଣା । ଡିସିପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କଲେ ଓଡବ୍ଲୁଏମର ସଦସ୍ୟ । ଅଧିକ ପଢନ୍ତୁ

ସାମ୍ବାଦିକାଙ୍କୁ ମାଡ଼ ଘଟଣାର ନିରପେକ୍ଷ ତଦନ୍ତ ଦାବି

ଭୁବନେଶ୍ବର: ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିବା ଘଟଣାରେ ଆଜି ଭୁବନେଶ୍ବର ଡିସିପିଙ୍କୁ ଭେଟିଛନ୍ତି ଓଡ଼ିଶା ୱିମେନ ଇନ ମିଡିଆ(OWN) । ଓଡବ୍ଲୁଏମର ସଦସ୍ୟମାନେ ଡିସିପି ପ୍ରତୀକ ସିଂଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରି ଆକ୍ରମଣର ଶିକାର ସାମ୍ବାଦିକାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ୱିମେନ ଇନ ମିଡିଆ ପକ୍ଷରୁ ଡିସିପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହ ମହିଳା ସାମ୍ବାଦିକଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ଦିଗରେ ପୋଲିସର ସହାୟତା ନିତାନ୍ତ ଆବଶ୍ୟକ ବୋଲି ନିବେଦନ କରିଛନ୍ତି । ତେବେ ଡିସିପି ମଧ୍ୟ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଗତକାଲି(ଶୁକ୍ରବାର) ଇଟିଭି ଭାରତର ସାମ୍ବାଦିକା ଦେବସ୍ମିତା ରାଉତ ଭୁବନେଶ୍ବର ଏସ୍ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ସେ ଖବର ସଂଗ୍ରହ ଅପେକ୍ଷାରେ ଛିଡା ହୋଇଥିବା ବେଳେ ଓଲିଉଡର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକ ହଠାତ୍ ତାଙ୍କୁ ଏକ ଚାପୁଡା ମାରିଥିଲେ । ଏଥିରେ ତାଙ୍କର ବୁମ୍ ତଳେ ପଡି ଯାଇଥିବା ବେଳେ ଟୁଟୁ ନଉଠାଇ ଚାଲି ଯାଇଥିଲେ । ଏନେଇ ସାମ୍ବାଦିକ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

ଏହାମଧ୍ୟ ପଢନ୍ତୁ: ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ସାମ୍ବାଦିକ ସଂଘ

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ଅଭିଯୋଗ କରିଛି ଯେ, ରାଜ୍ୟରେ ସାମ୍ବାଦିକମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଆଜି ଜଣେ ମହିଳା ସାମ୍ବାଦିକାଙ୍କୁ ଯେଉଁଭଳି ଭାବେ ସିନେ ପ୍ରଯୋଜକ ସର୍ବସମ୍ମୁଖରେ ମାଡ ମାରିଲେ ତାହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଯଦି ଟୁଟୁ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜିଲ୍ଲା ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିବ ।

ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ବିଶିଷ୍ଟ ସଂଳାପକାର ରଜନୀ ରଞ୍ଜନ ଏବଂ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ନିଜର ପ୍ରତିକ୍ରିୟା ରଖିଛନ୍ତି । ଟୁଟୁ ନାୟକ ଭୁଲ୍ କରିଛନ୍ତି । ଏହି ଘଟଣା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଲୋକଙ୍କ ମନରେ କଦର୍ଯ୍ୟ ମନୋଭାବ ସୃଷ୍ଟି କରିବ ବୋଲି ରଜନୀ ରଞ୍ଜନ କହିଛନ୍ତି । ସେହିପରି ଜଣେ ନାରୀ ଉପରେ ହାତ ଉଠାଇବା ଭୁଲ୍ ବୋଲି କହିଛନ୍ତି ସୁଧାକର ବସନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.