Raksha Bandhan 2023: ବାଲୁକାକଳାରେ ଜହ୍ନ ମାମୁଁ, ଶିଳ୍ପୀ ସୁଦର୍ଶନଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା

By ETV Bharat Odisha Team

Published : Aug 29, 2023, 10:34 PM IST

thumbnail

ପୁରୀ: ରକ୍ଷା ବନ୍ଧନକୁ ନେଇ ସାରା ଦେଶ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ । ଭଉଣୀମାନେ ଭାଇ ହାତରେ ବାନ୍ଧିବେ ରାକ୍ଷୀ । ଏ ନେଇ ବଜାର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ରକ୍ଷା ବନ୍ଧନ ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି । ଏଥିରେ ଚନ୍ଦ୍ରଯାନ-୩ ଜହ୍ନମାମୁଁରେ ପହଞ୍ଚିବା ପରେ ଧରିତ୍ରୀ ମାତା ଭାଇ ଜହ୍ନମାମୁଁ ହାତରେ କିପରି ରାକ୍ଷୀ ବାନ୍ଧୁଛନ୍ତି ତାହା ଚିତ୍ରକଳାରେ ପ୍ରଦର୍ଶିତ କରାଯାଇଛି । ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ର ସଫଳତା ପରେ ପ୍ରଥମ ଥର ପାଇଁ ଜହ୍ନମାମୁଁକୁ ରାକ୍ଷୀ ବାନ୍ଧିଲେ ପୃଥିବୀ ମାଆ । ବାଲୁକାକଳାରେ ଏଭଳି ଭିନ୍ନ ଶୈଳୀରେ ରକ୍ଷାବନ୍ଧନର କଳାକୃତି ପ୍ରଦର୍ଶିତ କରିଛନ୍ତି ପ୍ରଖ୍ୟାତ ଶିଳ୍ପୀ ସୁଦର୍ଶନ । ତେବେ ଏହି ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଶୁଭେଚ୍ଛାକୁ ନେଇ ସବୁ ମହଲରେ ସ୍ଵାଗତ କରାଯାଇଛି ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.