thumbnail

By ETV Bharat Odisha Team

Published : Oct 8, 2023, 10:17 AM IST

ETV Bharat / Videos

ପରିବାରଙ୍କ ସହିତ ବାବା ମହାକାଳଙ୍କ ଦର୍ଶନ କଲେ ଅନିଲ ଅମ୍ବାନି

ଭୋପାଳ: ପ୍ରତିଦିନ ଉଜ୍ଜୈନ ବାବା ମହାକାଳଙ୍କ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗିଥାଏ । ଫିଲ୍ମି ତାରକା ହୁଅନ୍ତୁ ଅବା ଖେଳାଳି କିମ୍ବା ରାଜନେତା ସମସ୍ତେ ବାବା ମହାକାଳଙ୍କ ଆଶୀର୍ବାଦ ନେବା ପାଇଁ ଆସିଥାଆନ୍ତି । ଏହାରି ମଧ୍ୟରେ ଗତକାଲି(ଶନିବାର) ଜଣାଶୁଣା ଶିଳ୍ପପତି ଅନିଲ ଅମ୍ବାନୀ, ତାଙ୍କ ପତ୍ନୀ ଟିନା ଅମ୍ବାନୀ ଏବଂ ପୁଅ ବୋହୂ ମହାକାଳଙ୍କ ଦର୍ଶନ କରିଥିଲେ । ମନ୍ଦିରର ଗର୍ଭଗୃହରେ ପ୍ରବେଶ ବନ୍ଦ ଥିବା ସତ୍ତ୍ବେ ସେ ମନ୍ଦିରର ଗର୍ଭଗୃହକୁ ଯାଇ ପ୍ରଭୁ ମହାକାଳଙ୍କ ପୂଜାର୍ଚ୍ଚନା କରିଥିଲେ।  ସେହିପରି ଟିନା ଅମ୍ବାନୀ ମନ୍ଦିରର ନିୟମ ଭାଙ୍ଗି ମୋବାଇଲରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା । ତେବେ ମହାକାଳ ମନ୍ଦିରର ପୁରୋହିତ ଆଶିଷ ସେମାନଙ୍କୁ ଗର୍ଭକଗୃହକୁ ନେଇ ପୂଜା କାର୍ଯ୍ୟ ଶେଷ କରିଥିଲେ । ସମଗ୍ର ଅମ୍ବାନୀ ପରିବାରକୁ ମହାକାଳ ମନ୍ଦିର କମିଟି ସମ୍ମାନିତ କରିଥିଲା । ପ୍ରକାଶ ଥାଉକି, ଶ୍ରଦ୍ଧାଳୁଙ୍କ ପାଇଁ ମହାକଲେଶ୍ୱର ମନ୍ଦିରର ଗର୍ଭଗୃହକୁ ପ୍ରବେଶ ନିଷେଧ ରହିଛି । ଗର୍ଭଗୃହ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ସହମତି ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ- ଉଜ୍ଜୟିନୀ ବାବା ମହାକାଳଙ୍କ ଦର୍ଶନ କଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.