thumbnail

By

Published : Apr 22, 2023, 8:25 PM IST

ETV Bharat / Videos

ଉପାନ୍ତ ଅଞ୍ଚଳରେ ପହଞ୍ଚୁଛି ସରକାରୀ ସେବା, ଗମନାଗମନ ଓ ପାନୀୟଜଳ ଉପରେ ଗୁରୁତ୍ୱ

ଅନୁଗୋଳ: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଛି ଅନୁଗୋଳ ଜିଲ୍ଲାର ଉପାନ୍ତ ଅଞ୍ଚଳ । ଯେଉଁ ସବୁ ଇଲାକାରେ ସରକାରଙ୍କ ପାଦ ପଡୁନଥିଲା ସେ ସବୁ ସ୍ଥାନକୁ ଗମନାଗମନ ଉନ୍ନତି ସହ ପାନୀୟଜଳ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି । ନିଜେ ଲୋକ ପ୍ରତିନିଧି ଲୋକଙ୍କ ପାଖକୁ ଯାଇ ଯୋଗାଇ ଦେଉଛନ୍ତି ସେ ସବୁ ସୁବିଧା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପ୍ରାୟ ୪୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭୂମିପୂଜା କରିଛନ୍ତି । ବିଶେଷ କରି ଆଠମଲ୍ଲିକ ବ୍ଲକର ୩ ଗୋଟି ପଞ୍ଚାୟତ ଟୁସର ,ବାସୁଦେବପୁର ,କିଆକଟା ଓ କିଶୋରନଗର ବ୍ଲକର ସମସ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇଦେବା ପାଇଁ ଆଠମଲ୍ଲିକ ମୁଣ୍ଡାପଡା ଠାରେ “ମେଗା ପାନୀୟ ଜଳ ପ୍ରକଳ୍ପ “ର ଭୂମିପୂଜା କରିଛନ୍ତି । ଏହି ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରାୟ ୩୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବା ସହ ୨୯୯ ଗୋଟି ଗ୍ରାମର ପ୍ରାୟ ୨ ଲକ୍ଷ ୪୨ ହଜାର ଲୋକ ଉପକୃତ ହେବେ  । ପାନୀୟ ଜଳ ପ୍ରକଳ୍ପକୁ ହାଇଦ୍ରାବାଦର ଏକ କମ୍ପାନୀ ଦ୍ବାର କାର୍ଯ୍ୟ କରିବ। ସେହିପରି ସାତକୋଶିଆ ଭିତରେ ଥିବା କଦଳିବେରେନି ନିକଟରେ ୫କୋଟି ୮୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକ ପୋଲ ଭୂମିପୂଜା କରିଥିଲେ। ଏହାଦ୍ୱାରା ଆଖ ପାଖ ୫ରୁ ଅଧିକ ପଞ୍ଚାୟତର ଲୋକେ ଉପକୃତ ହୋଇ ପାରିବେ । 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.