ଖଇରା ଅଞ୍ଚଳରେ ଶିଆଳ ଆତଙ୍କ, 3 ଅଙ୍ଗନୱାଡି ଛାତ୍ରଛାତ୍ରୀ ସହ 2 ଆହତ - ଶିଆଳ ଆତଙ୍କ

🎬 Watch Now: Feature Video

thumbnail

By

Published : Jul 28, 2023, 6:11 PM IST

ବାଲେଶ୍ଵର: ବାଲେଶ୍ଵର ଖଇରା ଅଞ୍ଚଳରେ ଶିଆଳ ଆତଙ୍କ । ଶିଆଳ ଆକ୍ରମଣରେ 3 ଜଣ ଅଙ୍ଗନୱାଡି ଛାତ୍ରଛାତ୍ରୀ ସହ 2 ଗ୍ରାମବାସୀ ଆହତ । ଶିଆଳଟିକୁ କାବୁକରି ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଖଇରା ବ୍ଲକ ଡାଲଙ୍ଗ ଗ୍ରାମ ଭିତରକୁ ପଶି ଆସିଥିଲା ଏକ ବଣୁଆ ଶିଆଳ । ଡାଲଙ୍ଗ ଅଙ୍ଗନୱାଡି କେନ୍ଦ୍ରକୁ କୁନିକୁନି ପିଲାମାନେ ପାଠ ପଢିବା ପାଇଁ ଯାଉଥିବା ବେଳେ ଶିଆଳଟି ହଠାତ ପିଲାମାନଙ୍କୁ ଆକ୍ରମଣ କରିଥିଲା । ଯାହାଦ୍ୱାରା 3 ଜଣ ଅଙ୍ଗନୱାଡି ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଶିଆଳ କାମୁଡି ଦେବା ଫଳରେ ଛାତ୍ରଛାତ୍ରୀ ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ। ପିଲାମାନଙ୍କ କାନ୍ଦ ଶୁଣି ଗ୍ରାମବାସୀ ଅଙ୍ଗନୱାଡି କେନ୍ଦ୍ର ନିକଟରେ ପହଞ୍ଚିବ ବେଳେ ଶିଆଳ ଗ୍ରାମବାସୀଙ୍କ ଉପରକୁ ଆକ୍ରମଣ କରିବାକୁ ଲାଗିଥିଲା । ଫଳରେ ଦୁଇଜଣ ଗ୍ରାମବାସୀ ଆକ୍ରମଣର ଶୀକାର ହୋଇଛନ୍ତି । ଅନେକ ଚେଷ୍ଟା ପରେ ଗ୍ରାମବାସୀ କୌଶଳକ୍ରମେ ଶିଆଳକୁ କାବୁ କରି ନେଇଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ବନ ବିଭାଗ କର୍ତ୍ତୃପକ୍ଷ ଆସି ଶିଆଳକୁ ନେଇ ଯାଇଥିଲେ । ତେବେ ଶିଆଳ ଆକ୍ରମଣରେ ଆହତ ହୋଇଥିବା ପିଲାମାନଙ୍କୁ ଗ୍ରାମବାସୀ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପିଲାମାନେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ଭଲଥିବା ସୂଚନା ରହିଛି ।  

ଇଟିଭି ଭାରତ, ବାଲେଶ୍ଵର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.