ଆଧ୍ୟାତ୍ମିକତା ହେଉଛି ଶାନ୍ତିର ପ୍ରତୀକ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
🎬 Watch Now: Feature Video
ଖୋର୍ଦ୍ଧା: ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୨୯ ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଧ୍ୟାତ୍ମିକତା ହେଉଛି ଶାନ୍ତିର ପ୍ରତୀକ ବୋଲି କହିଛନ୍ତି । ଶାନ୍ତି ହେଉଛି କାମ୍ୟ, ଅଶାନ୍ତ ସମାଜକୁ ଶାନ୍ତ ଦିଗରେ ଆଧ୍ୟାତ୍ମିକତା ଚେତନା ସଫଳୟନ ରୂପ ଦେଇପାରିବ । ଆଧୁନିକ ସମାଜରେ ଶିବ ଜ୍ୟୋତି ଧାମ ତରଫରୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରେମ, ମୈତ୍ରୀ ଓ ଭ୍ରାତୃତ୍ବ ମନୋଭାବ ନେଇ ନୂତନ ଦିଗଦର୍ଶନ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:35 PM IST