ଭୁବନେଶ୍ବର: ରାଜଧାନୀରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଖାରବେଳ ନଗର ରାମପୁର ବସ୍ତିରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ବାମୀ ଥିବା ଅବସ୍ଥାରେ ସ୍ତ୍ରୀର ମୃତଦେହ ଠାବ କରିଛି ପୋଲିସ । ମୃତଦେହ ମିଳିଥିବା ସ୍ଥାନର ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ । ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲାର ହୋଇଥିବ ବେଳେ ସ୍ବାମୀ ନୟାଗଡର ହୋଇଥିବା ନେଇ ପ୍ରାଥମିକ ଭାବେ ପୋଲିସ କହିଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ଛାନଭିନ ଜାରି ରଖିଛି ।
ବର୍ଷେ ତଳେ ହୋଇଥିଲା ବାହାଘର:
ମୃତକ ହେଲେ ସ୍ୱର୍ଣ୍ଣଲତା ମହାନନ୍ଦିଆ ଘର ଅଡେଇଗଡ ବୌଦ୍ଧ ଜିଲ୍ଲାରେ । ମୃତ ସ୍ବର୍ଣ୍ଣଲତା ବର୍ଷେ ତଳେ ବାପୁନି ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଶାଶୂଘର ନୟାଗଡ ହୋଇଥିବା ବେଳେ ବର୍ଷେ ତଳେ ଭୁବନେଶ୍ବର ରାମ ପୁରବସ୍ତିରେ ରହୁଥିଲେ । ତେବେ ପୋଲିସ ଖବରପାଇ ପହଁଚିବା ପରେ ମୃତଦେହ ଘରେ ପଡିଥିଲା । ପାଖରେ ଉପସ୍ଥିତି ଥିଲେ ସ୍ବାମୀ । କିଭଳି ତାଙ୍କ ମୃତ୍ୟୁ ହେଲା ତାହାର ତଦନ୍ତ କରୁଛି ପୋଲିସ । ଏନେଇ ମୃତଦେହ ଜବତ ପରେ କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଛି । ତେବେ ମୃତକଙ୍କ ପରିବାର ଲୋକ ଓ ତାଙ୍କ ସ୍ବାମୀକୁ ପଚରାଉଚରା କରିଛି ।
ବାପା ଆଣିଲେ ହତ୍ୟା ଅଭିଯୋଗ:
ସେପଟେ ମୃତକର ବାପା ନନ୍ଦୀ କିଶୋର ମହାନନ୍ଦିଆ କହିଛନ୍ତି, ‘ସନ୍ଦେହ ହେଉଛି ତାଙ୍କର ଝିଅକୁ ହତ୍ୟା କରାଯାଇଥାଏପାରେ । କାରଣ ଝିଅ ପାଖରେ ସ୍ବାମୀ ଥିଲେ । କେମିତି ମୃତ୍ୟୁ ହେଲା ତାଙ୍କୁ ମାରଧର କରିଥାଇପାରନ୍ତି ନଚେତ କୌଣସୀ କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି କିଛି ଘଟିଥାଇପାରେ । ଏନେଇ ପୋଲିସ ତଦନ୍ତ କଲେ ଜଣାପଡିବ କଣ ଘଟଣା ଘଟିଛି । ଏନେଇ ପୋଲିସ ସଠିକ ଭାବେ ତଦନ୍ତ କରୁ ।’
ଝଗଡା ହୋଇଥିବା କହିଲେ ସ୍ବାମୀ:
ମୃତକର ସ୍ବାମା ବାପୁନି ନାୟକ କହିଛନ୍ତି, ‘ବର୍ଷେ ହେବ ସେ ବିବାହ କରି ସେଠାରେ ରହୁଥିଲେ । ତିନି ଦିନ ହେଲା ଆମର ପାଟିତୁଣ୍ଡ ହୋଇଥିଲା । ମାରପିଟ କିଛି ହେଇନି । ଫୋନକୁ ନେଇ ଆମର ଝଗଡା ହୋଇଥିଲା । ଫୋନ ମାଗିଲା ମୁଁ ଦେଲି । ସେ ଫୋନ ଚେକ କଲା । କହିଲା ବାପାକୁ କଲ କରିବି ମୁଁ ହଁ କଲି । କଥା ହେଲେ । ପୂର୍ବରୁ ବି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ’
ତେବେ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର