କ୍ରିକେଟ୍ ଖେଳିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ

By ETV Bharat Odisha Team

Published : Dec 26, 2023, 9:42 PM IST

thumbnail

Andhra Pradesh CM Jagan Mohan Reddy plays cricket; ଗୁଣ୍ଟୁର (ଆନ୍ଧ୍ର ପ୍ରଦେଶ):  ଖେଳାଳି ବନିଲେ ମୁଖ୍ୟମନ୍ତ୍ରୀ । କ୍ରିକେଟ ଏବଂ ବ୍ୟାଡମିଣ୍ଟନ ଖେଳିଲେ । ଆମେ କହୁଛୁ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ କଥା । ଅବସର ଥିଲା ଗୁଣ୍ଟୁରରେ କ୍ରୀଡ଼ା ଉତ୍ସବ 'ଆଦୁଦମ୍ ଆନ୍ଧ୍ର 'ର ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି କ୍ରୀଡ଼ା ଉତ୍ସବର ଉଦଘାଟନ କରିଥିଲେ । ଏହା ସହ କିଛି ସମୟ ପାଇଁ ନିଜେ ବନି ଯାଇଥିଲେ ଖେଳାଳୀ । ମୁଖ୍ୟମନ୍ତ୍ରୀ ଜଗନ ମୋହନ ପ୍ରଥମେ କ୍ରିକେଟ ଖେଳିଥିଲେ । ସେ ବ୍ୟାଟିଂ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ବ୍ୟାଡମିଣ୍ଟନ କୋର୍ଟକୁ ଓହ୍ଲାଇଥିଲେ ଜଗନ ମୋହନ । ସେ ବେଶ୍ କିଛି ସମୟ ପାଇଁ ବ୍ୟାଡମିଣ୍ଟନ ମଧ୍ୟ ଖେଳିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଖେଳକୁ ଉପଭୋଗ କରିଥିଲେ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ଉପସ୍ଥିତ ଦର୍ଶକ ।  ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ କ୍ରୀଡ଼ା ଉତ୍ସବ ଚାଲିଛି ।      

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.